ସାନିଟାଇଜ୍ ହୋଇ ଟିଏମସିରେ ମିଶିଲେ 150 ବିଜେପି କର୍ମୀ

ବୀରଭୂମର ଜଣେ ସ୍ଥାନୀୟ ନେତା କହିଛନ୍ତି ଯେ ଏହି ବିଜେପି କର୍ମୀଙ୍କ ପାଖରେ ବିଜେପିର 'ଭାଇରସ୍' ଅଛି, ଯାହାକୁ ସାନିଟାଇଜର ଦ୍ୱାରା ସଫା କରାଯାଇଛି । ଏହି ସମଗ୍ର ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହୋଇଛି ।

କୋଲକାତା : ପଶ୍ଚିମବଙ୍ଗର 150 ବିଜେପି କର୍ମୀଙ୍କୁ ତୃଣମୂଳ କଂଗ୍ରେସରେ ସାମିଲ କରିବା ପୂର୍ବରୁ ସାନିଟାଇଜ୍ କରାଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୀରଭୂମ ଅଞ୍ଚଳରେ । ଯେତେବେଳେ ବିଜେପି କର୍ମୀ ଟିଏମସିରେ ଯୋଗ ଦେ ବାକୁ ଆସିଥିଲେ, ସେତେବେଳେ ସେମାନଙ୍କୁ ସାନିଟାଇଜର ପକାଇ ଶୁଦ୍ଧ କରାଯାଇଥିଲା ।

bjp-tmc

ବୀରଭୂମର ଜଣେ ସ୍ଥାନୀୟ ନେତା କହିଛନ୍ତି ଯେ ଏହି ବିଜେପି କର୍ମୀଙ୍କ ପାଖରେ ବିଜେପିର 'ଭାଇରସ୍' ଅଛି, ଯାହାକୁ ସାନିଟାଇଜର ଦ୍ୱାରା ସଫା କରାଯାଇଛି । ଏହି ସମଗ୍ର ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ସ୍ଥାନୀୟ ନେତାମାନେ ବିଜେପି କର୍ମୀଙ୍କୁ ଶୁଦ୍ଧ କରାଇବା ପାଇଁ ସାନିଟାଇଜର ସ୍ପ୍ରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ 200 ବିଜେପି କର୍ମୀ ହୁଗଲିରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ଟିଏମସିରେ ମିଶିବା ପୂର୍ବରୁ ସେମାନେ ଲଣ୍ଡା ହେବା ସହ ଗଙ୍ଗା ଜଳ ଛିଞ୍ଚି ହୋଇ ପବିତ୍ର ହୋଇଥିଲେ । ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ​​ଟିଏମସିର ବିଜୟ ପରେ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାର ବହୁ ବିଜେପି କର୍ମୀ ଏପର୍ଯ୍ୟନ୍ତ ଟିଏମସିକୁ ଫେରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+