Get Updates
Get notified of breaking news, exclusive insights, and must-see stories!

ଏକାଠି ହେଲେ ବିରୋଧୀ, କହିଲେ - ଆମ ଫୋନରେ ପେଗାସସ୍ ବ୍ୟବହାର ଦେଶଦ୍ରୋହ ଭଳି

ସରକାରଙ୍କ ଜିଦ୍‌ ମନୋଭାବ ଯୋଗୁଁ ସଂସଦର ପ୍ରକ୍ରିୟା ଅଟକି ରହିଛି । ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ କେବଳ ଜାଣିବାକୁ ଚାହୁଁଛୁ ଯେ ସରକାର ପେଗାସସ୍ କିଣିଛନ୍ତି କି ନାହିଁ, କିନ୍ତୁ ସରକାର ଏହାର ଜବାବ ଦେଉନାହାଁନ୍ତି ।

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଚାଲିଥିବା ପେଗାସସ୍ ଗୁପ୍ତଚର ପ୍ରସଙ୍ଗରେ ସଂସଦରେ ବିବାଦ ମଧ୍ୟରେ 14 ବିରୋଧୀ ଦଳ ଆଜି ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ବିରୋଧୀଙ୍କ ତରଫରୁ କୁହାଯାଇଛି ଯେ ସରକାରଙ୍କ ଜିଦ୍‌ ମନୋଭାବ ଯୋଗୁଁ ସଂସଦର ପ୍ରକ୍ରିୟା ଅଟକି ରହିଛି । ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ କେବଳ ଜାଣିବାକୁ ଚାହୁଁଛୁ ଯେ ସରକାର ପେଗାସସ୍ କିଣିଛନ୍ତି କି ନାହିଁ, କିନ୍ତୁ ସରକାର ଏହାର ଜବାବ ଦେଉନାହାଁନ୍ତି । ସେ କହିଛନ୍ତି ଯେ ପେଗାସସ୍ ଉପରେ ଗୁପ୍ତଚର କରୁଥିବା ସରକାର ଦେଶଦ୍ରୋହ ଭଳି କାମ ।

Rahul gandhi

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ସଂସଦରେ ଆମର ସ୍ୱରକୁ ଦବା ଯାଉଛି । ଆମର କେବଳ ଗୋଟିଏ ପ୍ରଶ୍ନ ଯେ, କେନ୍ଦ୍ର ସରକାର ପେଗାସସ୍ କିଣିଛନ୍ତି କି ନାହିଁ ? କେନ୍ଦ୍ର ସରକାର ଏହାକୁ ନିଜ ଦେଶର ଲୋକଙ୍କ ବିରୋଧରେ ବ୍ୟବହାର କରିଛନ୍ତି କି ନାହିଁ ? ଆମେ ଏହା ଜାଣିବାକୁ ଚାହୁଁ କିନ୍ତୁ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଗୃହରେ ପେଗାସସ୍ ଉପରେ କୌଣସି ଆଲୋଚନା ହେବ ନାହିଁ । ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ପେଗାସସ୍ ଆଲୋଚନା ନହେବା ପର୍ଯ୍ୟନ୍ତ ଆମେ ପଛକୁ ହଟିବୁ ନାହିଁ ।

ରାହୁଲ କହିଛନ୍ତି ଯେ ଏହି ଅସ୍ତ୍ର (ପେଗାସସ୍) ଆତଙ୍କବାଦୀଙ୍କ ବିରୁଦ୍ଧରେ, ଦେଶଦ୍ରୋହୀଙ୍କ ବିରୁଦ୍ଧରେ ବ୍ୟବହାର କରାଯିବା ଉଚିତ୍ । ଆମେ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ ପଚାରିବାକୁ ଚାହୁଁଛୁ ଯେ ଗଣତନ୍ତ୍ର ତଥା ଦେଶର ଅନୁଷ୍ଠାନ ବିରୁଦ୍ଧରେ ଏହି ଅସ୍ତ୍ର କାହିଁକି ବ୍ୟବହୃତ ହେଲା ? ରାହୁଲ କହିଛନ୍ତି ଯେ ଆମେ ପେଗାସସ୍ ଉପରେ ଆଲୋଚନା ଚାହୁଁ । ପେଗାସସ୍ ଉପରେ ଆଲୋଚନା କରିବାକୁ ସରକାର ମନା କରୁଛନ୍ତି । ଖାଲି ସେତିକି ନୁହେଁ ସରକାର ଏପରି କିଛି କରିଛନ୍ତି ଯାହା ଦେଶ ପାଇଁ ବିପଦଜନକ ଅଟେ । ନଚେତ୍ ସେମାନେ ଆଲୋଚନା କରିବା ପାଇଁ କହିଥାନ୍ତେ ।

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଜାତୀୟ ସୁରକ୍ଷା ତଥା କୃଷି ଆଇନ ପ୍ରସଙ୍ଗରେ ସମଗ୍ର ବିରୋଧୀ ଏକଜୁଟ ରହିବେ । ପେଗାସସ୍ ଉପରେ ସରକାରଙ୍କୁ ଉତ୍ତର ଦେବାକୁ ପଡିବ ।

ମିଳିତ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଆଜି ସଂସଦରେ ବିରୋଧୀ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ସମେତ ଏନଡିଏ ବିରୋଧୀ ଅଧିକାଂଶ ବଡ ଦଳ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ସଂସଦରେ ଲଗାତାର ଉତ୍ତେଜନା ଏବଂ କାର୍ଯ୍ୟ ନ ଚାଲିବା ନେଇ ଆଲୋଚନା ହୋଇଥିଲା । ଏହା ପରେ 14 ଟି ବିରୋଧୀ ଦଳ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । କଂଗ୍ରେସ ଶିବସେନା, ସିପିଆଇ, ସିପିଏମ, ଆରଜେଡି, ଡିଏମକେ ଏବଂ ଏଏପି ଭଳି ବିରୋଧୀ ଦଳ ଏହି ବୈଠକରେ ଉପସ୍ଥିତ ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+