ମିଳିତ ବିବୃତ୍ତି ଜାରି କଲେ 13 ବିରୋଧୀ ଦଳ, ସାରାଦେଶରେ ମାଗଣା ଟୀକାକରଣ ନେଇ ମୋଦୀ ସରକାର ନିକଟରେ ଦାବି
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ଏବଂ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ 13 ଜଣ ବିରୋଧୀଦଳ ନେତା ଦେଶର ସମସ୍ତଙ୍କୁ କରୋନା ଟିକାକରଣକୁ ମାଗଣା କରାଇବା ନେଇ ମୋଦୀ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ଏବଂ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ 13 ଜଣ ବିରୋଧୀଦଳ ନେତା ଦେଶର ସମସ୍ତଙ୍କୁ କରୋନା ଟିକାକରଣକୁ ମାଗଣା କରାଇବା ନେଇ ମୋଦୀ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହି 13 ନେତା ସେମାନଙ୍କ ମିଳିତ ବିବୃତ୍ତିରେ କହିଛନ୍ତି ଯେ ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଯଥାଶୀଘ୍ର ଟିକା ପ୍ରଦାନ କରିବାର ଆବଶ୍ୟକତା ରହିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ତୁରନ୍ତ ଦେଶରେ ମାଗଣା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବା ଉଚିତ ଏବଂ ସମସ୍ତଙ୍କୁ ଟିକା ଦେବା ଉଚିତ୍ ।

ବିରୋଧୀ ଦଳର ନେତାମାନେ ସେମାନଙ୍କ ବିବୃତ୍ତିରେ କହିଛନ୍ତି ଯେ, ଟୀକାକରଣର ମୂଲ୍ୟକୁ ଦୃଷ୍ଟିରେ ରଖି ଏହା ରାଜ୍ୟମାନଙ୍କ ପାଇଁ ବୋଝ ହେବ । ଏଭଳି ପରିସ୍ଥିତିରେ ଦେଶରେ ମାଗଣା ଟୀକାକରଣ ପାଇଁ 35,000 କୋଟି ଟଙ୍କା ବଜେଟ୍ ଆବଣ୍ଟନ କରାଯିବା ଉଚିତ୍ । ଏହା ସହିତ ବିରୋଧୀଦଳର ନେତାମାନେ ମଧ୍ୟ ହସ୍ପିଟାଲରେ ଅମ୍ଳଜାନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ହସ୍ପିଟାଲରେ ଅମ୍ଳଜାନର ଅଭାବ ଏବଂ କରୋନାରେ ବ୍ୟବହୃତ ଔଷଧ ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଡିଏମକେ ନେତା ଏମ.କେ ଷ୍ଟାଲିନ, ବିଏସପି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ସିପିଆଇ ମୁଖ୍ୟ ଡି ରାଜା, ସିପିଆଇ (ଏମ୍) ସାଧାରଣ ସଚିବ ସୀତାରାମ ୟେଚୁରୀ ଏବଂ ଅନସିପି ମୁଖ୍ୟ ଶରଦ ପାୱାରଙ୍କ ତରଫରୁ ଏହି ବୟାନ ଦାରି କରାଯାଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications