ବିହାର ବିଧାନସଭା ନିର୍ବାଚନରେ ରୋଚକ ଦୃଶ୍ୟ : ଖଟିଆ, ଖାକି ଓ ଯବାନ
ପରିଣତ ବୟସରେ ମଧ୍ୟ ମତଦାନ କରିବା ଅଧିକାର ସାବ୍ୟସ୍ତ କରିବାକୁ କାଟିହାର ଜିଲ୍ଲା ଅନ୍ତର୍ଗତ ହସନଗଞ୍ଜର ବାଲୁଆ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି 100 ବର୍ଷ ବୟସ୍କ ସୁଖଦେବ ମଣ୍ଡଳ |
ପାଟନା : ଆଜି ଶେଷ ହୋଇଛି ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ | ଆଜିର ଏହି ମତଦାନରେ ଦେଖିବାକୁ ମିଳିଥିଲା ଏପରି କିଛି ଦୃଶ୍ୟ, ଯାହାକି ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାର ମହତ୍ତ୍ୱକୁ ସୂଚାଉଛି | ନିଜର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ବିହାରର ଜଣେ ବୃଦ୍ଧ ଖଟିଆରେ ବୁହାହୋଇ ଆସିଥିବା ବେଳେ, ସୁରକ୍ଷା ବାହିନୀମାନେ ବୃଦ୍ଧ ଓ ଦିବ୍ୟାଙ୍କମାନଙ୍କୁ କୋଳେଇ ଆଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି |
ବୟସ ବଢିଯାଇଛି, କିନ୍ତୁ ମତଦାନ ପାଇଁ ଅଛି ଅଧିକାର | ପରିଣତ ବୟସରେ ମଧ୍ୟ ମତଦାନ କରିବା ଅଧିକାର ସାବ୍ୟସ୍ତ କରିବାକୁ କାଟିହାର ଜିଲ୍ଲା ଅନ୍ତର୍ଗତ ହସନଗଞ୍ଜର ବାଲୁଆ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି 100 ବର୍ଷ ବୟସ୍କ ସୁଖଦେବ ମଣ୍ଡଳ | ପରିବାର ଲୋକ ତାଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଖଟିଆ ସାହାଯ୍ୟରେ ଆଣିଥିବାର ଦେଖିବାକୁ ମିଳିଛି | ପରିଣତ ବୟସରେ ବୃଦ୍ଧଙ୍କ ହାତରେ ସାଲାଇନ୍ ଲାଗିଥିବା ସତ୍ତ୍ୱେ ମତଦାନ କରିବାକୁ ଆସିଥିବା ଭିଡିଓଟି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି |
#WATCH Bihar: An old man was brought to a polling booth in Katihar on a cot by his family members to help him cast his vote in the third and final phase of #BiharElections2020. pic.twitter.com/LG49dn1eMM
— ANI (@ANI) November 7, 2020
ସେହିପରି ମୁଜ୍ଜାଫର ପୁର ର ବିଭିନ୍ନ ମତଦାନ କେନ୍ଦ୍ରରେ ଇଣ୍ଡୋ-ତିବତ୍ ସୁରକ୍ଷା ବାହିନୀର ଯବାନ ମାନେ କେତେକ ବୃଦ୍ଧବୃଦ୍ଧାମାନଙ୍କୁ ସାହାଯ୍ୟ କରୁଥିବା ବେଳେ ଜଣେ ପୋଲିସ୍ କର୍ମୀ ମହିଳା ଦିବ୍ୟାଙ୍ଗଙ୍କୁ କୋଳେଇ ଆଣୁଥିବାର ଦେଖିବାକୁ ମିଳିଥିଲା |

-
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ












Click it and Unblock the Notifications