୨୦୨୫ରେ ଭିଜିଲାନ୍ସ ପକ୍ଷରୁ ୨୦୨ ମାମଲା; ୨୧୨ ଜଣ ଗିରଫ
୨୦୨୫ ବର୍ଷରେ ଭିଜିଲାନ୍ସ ପକ୍ଷରୁ ୨୦୨ ମାମଲା। ଏହି ମାମଲାରେ ୨୧୨ ଜଣ ଗିରଫ ହୋଇଛନ୍ତି। ଜଣେ ଆଇଏଏସଙ୍କ ସହ ୫୩ କ୍ଲାସ ୱାନ୍ ଅଫିସରଙ୍କୁ ଗିରଫ ହୋଇଛନ୍ତି। ଜଣେ ମୁଖ୍ୟ ଯନ୍ତ୍ରୀ, ୨ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ୩୬ ଯନ୍ତ୍ରୀ ଗିରଫ ହୋଇଛନ୍ତି। ୪୯ଟି ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ମାମଲାରେ ୧୨୦ କୋଟି ଜବତ କରାଯାଇଛି।

୯୭ଟି ଲାଞ୍ଚ ମାମଲାରେ ୧୦୫ ସରକାରୀ ଅଧିକାରୀଙ୍କ ସହ ୧୧୪ ଗିରଫ ହୋଇଛନ୍ତି। ୧୫୩ ବିଲ୍ଡିଂ, ୧୮ କେଜି ସୁନା, ୭୧୪ ପ୍ଲଟ, ୧୨ ଫାର୍ମ ହାଉସ ସିଜ୍ କରାଯାଇଛି। ୩୬.୬୯ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୮.୮୧ କୋଟି ନଗଦ ରାଶି ଜବତ କରିଛି ଭିଜିଲାନ୍ସ।












Click it and Unblock the Notifications