ବ୍ଲକ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍, ବାଞ୍ଚୋ ପଞ୍ଚାୟତ ଅଫିସ୍ ସମେତ ୬ଟି ସ୍ଥାନରେ ଚଢାଉ ଜାରି
ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପିଇଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର ଜେନାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଏକକାଳୀନ ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ଚାଲିଛି ଚଢାଉ। ଏହି ଚଢ଼ାଉରେ ୪ ଡିଏସପି ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକାସାଙ୍ଗେ ଭିଜିଲାନ୍ସ ପକ୍ଷରୁ ହାଟଡିହିରେ ଆବାସିକ ତିନି ମହଲା କୋଠା, ବସନ୍ତିଆ ବଜାରର ଜଗନ୍ନାଥପୁର ମୌଜାରେ ନୂତନ ଭାବରେ ନିର୍ମିତ ଦୁଇ ମହଲା କମ୍ପ୍ଲେକ୍ସ,ବସନ୍ତିଆ ବଜାରରେ ମା ସରସ୍ୱତୀ ସେଲ୍ସର ଗୋଦାମ,ବିଦ୍ୟାଧରପୁରର ଇଲେକ୍ଟ୍ରୋନିକ୍ସ ଦୋକାନ "ସରସ୍ୱତୀ ସେଲ୍ସ",ହାଟଡିହିର ପଧିଆରପାଲି ଗ୍ରାମରେ ପୈତୃକ ଘର,ବାଞ୍ଚୋ ଜିପି ସ୍ଥିତ କାର୍ଯ୍ୟାଳୟରେ ରେଡ ଚାଲିଛି।












Click it and Unblock the Notifications