Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଦୁଇ ଦିନିଆ ବ୍ଲାକ୍‌ସ୍ବାନ୍ ସମିଟ୍ ଇଣ୍ଡିଆ, ସାମିଲ ହେବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ

ଆଜିଠୁ ଦୁଇ ଦିନିଆ ବ୍ଲାକ୍‌ସ୍ବାନ୍ ସମିଟ୍ ଇଣ୍ଡିଆ । ସ୍ଥାନୀୟ ହୋଟେଲ୍ ମେଫେୟାରରେ ୨ ଦିନିଆ ସମ୍ମିଳନୀ ଓଡ଼ିଶାକୁ ପରବର୍ତ୍ତୀ ପର୍ଯ୍ୟାୟ ଡିଜିଟାଲ ନେତୃତ୍ୱାଧୀନ ଅଭିବୃଦ୍ଧିର ଏକ ପ୍ରମୁଖ ସ୍ଥଳ ଭାବେ ପ୍ରଦର୍ଶନ କରିବ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମରେ ୨୪ଟି ଦେଶର ୧୭ଶହ ପ୍ରତିନିଧିଙ୍କ ସମାଗମ ହେବ । ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ, ଏସିଆ ଏବଂ ଆଫ୍ରିକା ଭଳି ମହାଦେଶର ୧୦୦ ପ୍ରତିଷ୍ଠିତ ବକ୍ତା ଏଥିରେ ଯୋଗଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ବିଶାଳ ଦେବ କହିଛନ୍ତି, ଦେଶର ପରବର୍ତ୍ତି ଫିନ୍‌ଟେକ, ଏଆଇ ଏବଂ ଗ୍ଲୋବାଲ କାପାବିଲିଟି ସେଣ୍ଟର ହବ୍ ଭାବେ ରାଜ୍ୟ ବିକଶିତ ହେଉଛି।

Black Swan Summit

ଦେଶର ଡିଜିଟାଲ ଏବଂ ଅର୍ଥନୈତିକ ଭବିଷ୍ୟତକୁ ପୁନଃ ନିର୍ଦ୍ଧାରଣ ସହ ୨୦୪୭ ସୁଦ୍ଧା ଦେଶର ବିକାଶ ଇଞ୍ଜିନ ଭାବେ ଓଡ଼ିଶାର ଯୋଗଦାନକୁ ବିଚାର କରି ଏଭଳି ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତ ନେତ୍ର କାର୍ଯ୍ୟକ୍ରମରେ ଏହାକୁ ଆୟୋଜନ କରାଯାଇଛି। ଯେଉଁଥିରେ ସିଙ୍ଗାପୁର ଭିତ୍ତିକ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱର୍କ (ଜିଏଫ୍‌ଟିଏନ୍) ସହଯୋଗୀ ରହିଛି। ଏହି ସମ୍ମିଳନୀରେ ଜାତୀୟ ଅନ୍ତର୍ଜାତୀୟ ସ୍ତରର ନୀତି ନିର୍ଦ୍ଧାରକ, ନିୟାମକ, ଆର୍ଥିକ ପ୍ରତିଷ୍ଠାନ, ଟେକ୍ ଲିଡର, ଷ୍ଟାର୍ଟଅପ୍, ନିବେଶକ ଏବଂ ଶିକ୍ଷା ବିଶେଷଜ୍ଞ ଯୋଗଦେଇ ସମ୍ଭାବ୍ୟ କ୍ଷେତ୍ର ଉପରେ ଆଲୋଚନା କରିବେ । ଭାରତନେତ୍ର କାର୍ଯ୍ୟକ୍ରମ ଓଡ଼ିଶାର ନିରନ୍ତର, ଟେକ୍ନୋଲୋଜିଭିତ୍ତିକ ବିକାଶ ଦିଗରେ ରହିଥିବା କୌଶଳକୁ ପରିଭାଷିତ କରିଛି । ଯାହାଦ୍ୱାରା ନବସୃଜନଭିତ୍ତିକ ଆୟ ଅଭିବୃଦ୍ଧି, ସମାବେଶୀ ବିକାଶ, ସ୍ଥାୟୀ ନିଯୁକ୍ତି, ଦକ୍ଷତା ବିକାଶ, ଔଦ୍ୟୋଗିକତା ପ୍ରୋତ୍ସାହନ ଏବଂ ପ୍ରତିସ୍ପର୍ଦ୍ଧା ଉପରେ ରାଜ୍ୟ ଫୋକସ କରିଛି।

ଆଇଟି ସଚିବ ଶ୍ରୀ ଦେବ କହିଛନ୍ତି, ଓଡ଼ିଶା ବିଶ୍ୱ ଟେକ୍ନୋଲୋଜି ଅର୍ଥନୀତିରେ ଅଂଶୀଦାର ହେବା ସହ ବିକଶିତ ଭାରତ ଲକ୍ଷ୍ୟ କ୍ଷେତ୍ରରେ ପ୍ରମୁଖ ଯୋଗଦାନ ଦେବ। ଜିଏଫ୍‌ଟିଏନ୍‌ର ଗ୍ରୁପ ସିଇଓ ସ୍ୱପ୍ନେନ୍ଦୁ ମହାନ୍ତି କହିଛନ୍ତି, ଗ୍ଲୋବାଲ ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶାକୁ ଯୋଡ଼ିବା ଦିଗରେ ନିରନ୍ତର କାର୍ଯ୍ୟକ୍ରମ ଗ୍ରହଣ କରିଛି । ଜିଏଫ୍‌ଟିଏନ୍ ନେଟୱର୍କ ୧୩୦ ଦେଶରେ ଥିବାରୁ ଏଥିରୁ ଓଡ଼ିଶା ଲାଭବାନ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+