ଆଜି NHRC ତଦନ୍ତର ଶେଷ ଦିନ, କ୍ରାଇମବ୍ରାଞ୍ଚଠାରୁ IPS ଅଫିସରଙ୍କ ଯାଏଁ ଘନ ଘନ ଜେରା

ଆଜି NHRC ତଦନ୍ତର ଶେଷ ଦିନ। କ୍ରାଇମବ୍ରାଞ୍ଚଠାରୁ IPS ଅଫିସରଙ୍କ ଯାଏଁ ଘନ ଘନ ଜେରା । କନଷ୍ଟେବଳ ସୌମ୍ୟରଞ୍ଜନ ମବ୍ ଲିଞ୍ଚିଂ ମାମଲାରେ ଆଜି ମାନବାଧିକାର କମିଶନଙ୍କ ତଦନ୍ତର ଶେଷ ଦିନ। ରାଜେନ୍ଦ୍ର ସିଂ ଏବଂ ଅବିନାଶ କୁମାରଙ୍କୁ ନେଇ ଗଠିତ ଦୁଇ ଜଣିଆ NHRC ଟିମ୍ ୧ ତାରିଖରୁ ଭୁବନେଶ୍ୱରରେ ଡେରା ପକାଇ ଏହି ହାଇପ୍ରୋଫାଇଲ୍ ମାମଲାର ମାରାଥନ୍ ତଦନ୍ତ ଚଳାଇଛନ୍ତି। ମେ ୭ ତାରିଖରେ ଘଟିଥିବା ଅଭାବନୀୟ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ କମିଶନ ଏପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିବା ସହ ବିଭିନ୍ନ ପକ୍ଷ ବୟାନ ରେକର୍ଡ କରିଛନ୍ତି।

NHRC

ତଦନ୍ତର ଚତୁର୍ଥ ଦିନରେ ଟିମ୍ ସୌମ୍ୟରଞ୍ଜନଙ୍କ ମହିଳା ବାନ୍ଧବୀଙ୍କୁ ପଚରାଉଚରା କରିଛନ୍ତି। ସେହିଦିନ ପ୍ରକୃତରେ କ'ଣ ଘଟିଥିଲା ଏବଂ ଏହା ପଛରେ କିଛି ପୂର୍ବ ଯୋଜନା ଥିଲା କି ନାହିଁ, ତାହା ଜାଣିବାକୁ ଚେଷ୍ଟା କରାଯାଇଛି। ଏହା ସହିତ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ, ଜୋନ୍-୪ ଏସିପି ଅଭିମନ୍ୟୁ ନାୟକଙ୍କ ସମେତ ଅନ୍ୟ କେତେକ ବରିଷ୍ଠ ଅଧିକାରୀଙ୍କୁ ଟିମ୍ ଜେରା କରିସାରିଛି। ଆଜି କିଛି ଉପରିସ୍ଥ ଆଇପିଏସ୍ ଅଫିସରଙ୍କୁ ମଧ୍ୟ କମିଶନ ପ୍ରଶ୍ନବାଣରେ ଘେରିପାରନ୍ତି ବୋଲି ଜଣାପଡ଼ିଛି।

NHRC ପ୍ରତିନିଧି ଦଳ ବାଲିଅନ୍ତାର ରାମଚନ୍ଦ୍ରପୁର ସ୍ଥିତ ସେହି କ୍ରାଇମ୍ ସ୍ପଟ୍ କୁ ଯାଇ ଅନୁଧ୍ୟାନ କରିଛନ୍ତି, ଯେଉଁଠି ସୌମ୍ୟରଞ୍ଜନଙ୍କୁ ଏକ ବାଉଁଶରେ ବାନ୍ଧି ନିର୍ମମ ଭାବେ ପିଟାଯାଇଥିଲା । ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷଦର୍ଶୀ, ପୂର୍ବତନ ବାଲିଅନ୍ତା ଆଇଆଇସି ଅନିଲ କୁମାର ପରିଡ଼ା ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମିଶାଇ ୨୦ରୁ ଅଧିକ ବୟାନ ରେକର୍ଡ କରାଯାଇଛି। ଟିମ୍ ମୃତ କନଷ୍ଟେବଳଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି। ପରିବାର ଲୋକେ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଅନ୍ୟପଟେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ମାମଲାର ସମାନ୍ତରାଳ ତଦନ୍ତ କରୁଛି । ଏହି ମବ୍ ଲିଞ୍ଚିଂ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜଙ୍କ ସମେତ ଏପର୍ଯ୍ୟନ୍ତ ମୋଟ ୧୮ ଜଣଙ୍କୁ ଗିରଫ କରାଯାଇ ସାରିଲାଣି ।

NHRC ମୁଖ୍ୟତଃ ପୋଲିସର ଅବହେଳା, ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବାରେ ବିଫଳତା, ମେଡିକାଲ ସହାୟତାରେ ବିଳମ୍ବ ଏବଂ ପୋଲିସ କ୍ଷମତାର ଅପବ୍ୟବହାର ଦିଗ ଉପରେ ଗୁରୁତ୍ୱ ଦେଉଛି। ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ପୃକ୍ତ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଶେଷ ଦିନର ସ୍ପଟ୍ ଇନକ୍ଵାରୀ ସରିବା ପରେ, ଆସନ୍ତା କିଛି ସପ୍ତାହ ମଧ୍ୟରେ NHRC ଏକ ସ୍ପେଶାଲ ରିପୋର୍ଟ ଓ ସୁପାରିଶ ସରକାରଙ୍କୁ ହସ୍ତାନ୍ତର କରିବ। ଏହି ସମ୍ବେଦନଶୀଳ ମାମଲାରେ ଏବେ ସାରା ରାଜ୍ୟର ନଜର ରହିଛି ଏବଂ ସୌମ୍ୟରଞ୍ଜନଙ୍କ ପାଇଁ ନ୍ୟାୟ ଦାବି ଜୋର ଧରିବାରେ ଲାଗିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+