ଅସ୍ଥିର ବଜାରରେ ଦୀର୍ଘମିଆଦି ମେଗାଟ୍ରେଣ୍ଡ ହିଁ କାହିଁକି ସତ୍ୟ ‘ଆଲ୍ଫା'
ବିଶ୍ୱସ୍ତରୀୟ ଘଟଣାବଳୀ, ଭୂ-ରାଜନୈତିକ ତଣାପୋଡ଼ ଓ ସ୍ୱଳ୍ପମିଆଦି ମନୋଭାବର ପ୍ରଭାବରେ ବଜାର ଯେତେବେଳେ ଅଧିକ ଅସ୍ଥିର ହେଉଛି, ସେତେବେଳେ ନିବେଶକମାନେ ଅନିଶ୍ଚିତତାରେ ପଡ଼ୁଛନ୍ତି। କିନ୍ତୁ ନିମେଶ ଚନ୍ଦନ ଙ୍କ ମତରେ, ଏହି ଦୈନିକ ହଳଚଳକୁ ଅନୁସରଣ କରିବା ପେକ୍ଷା ଦୀର୍ଘମିଆଦି ମେଗାଟ୍ରେଣ୍ଡ ଉପରେ ଆଧାରିତ ନିବେଶ ହିଁ ସତ୍ୟ ସୁଯୋଗ ସୃଷ୍ଟି କରେ।

ଗତ ଡେଢ଼ ବର୍ଷ ଧରି ବଜାରର ଚଳଚଳାହଟ୍ ଉପରେ ଖବର ଓ ବିଶ୍ୱସ୍ତରୀୟ ଘଟଣାର ପ୍ରଭାବ ଅଧିକ ଦେଖାଯାଇଛି। ମୁଖ୍ୟ ସୂଚକଗୁଡ଼ିକରେ ବଡ଼ ପତନ ନ ହୋଇଥିଲେ ମଧ୍ୟ ବୃଦ୍ଧି ପାଇଥିବା ଅସ୍ଥିରତା ନିବେଶକଙ୍କ ଚିନ୍ତା ବଢ଼ାଇଛି। ଚନ୍ଦନଙ୍କ କହିବା ଅନୁସାରେ, ଏପରି ସମୟ ନିବେଶକଙ୍କ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ପରୀକ୍ଷା ନେଉଥାଏ, କିନ୍ତୁ ଶୃଙ୍ଖଳିତ ନିବେଶକଙ୍କ ପାଇଁ ଏହା ଏକ ନୂତନ ସୁଯୋଗ ମଧ୍ୟ ହୋଇପାରେ।
ବଜାଜ ଫିନସର୍ଭ ଏଏମସି ର ନିବେଶ ରଣନୀତି ସ୍ୱଳ୍ପମିଆଦି ଘଟଣାର ପଛରେ ଧାଉନଥାଏ। ଏହାର ପ୍ରଧାନ ଧ୍ୟାନ ରହେ ସେହି ଦୀର୍ଘମିଆଦି ଆର୍ଥିକ ଓ ବ୍ୟବସାୟିକ ପରିବର୍ତ୍ତନ ଉପରେ, ଯାହା ସମୟ ସହିତ ନୂଆ ସୁଯୋଗ ସୃଷ୍ଟି କରେ। ନିରନ୍ତର ବଜାର ହଳଚଳ ମଧ୍ୟରେ ଏହି ଧାରଣାକୁ ଅଟୁଟ ରଖିବା ସହଜ ନୁହେଁ, କିନ୍ତୁ ଦୀର୍ଘମିଆଦି ସମ୍ପତ୍ତି ସୃଷ୍ଟି ପାଇଁ ଏହା ଅତ୍ୟାବଶ୍ୟକ ବୋଲି ସେ କହିଛନ୍ତି।
ବର୍ତ୍ତମାନ ନିବେଶ ରଣନୀତିକୁ ଆକାର ଦେଉଥିବା ମେଗାଟ୍ରେଣ୍ଡମାନଙ୍କ ମଧ୍ୟରେ ଔଦ୍ୟୋଗିକ ଓ ମୂଳଭୂତ ସଂରଚନାଗତ ଦୁଇପ୍ରକାର ସୁଯୋଗ ରହିଛି। ଶିଳ୍ପ ଓ ମାଟେରିଆଲ୍ସ୍ ଖାତାରେ ବିଦ୍ୟୁତ, ଧାତୁ ଓ ସିମେଣ୍ଟ ଖାତା ପାଇଁ ପାଇପାଇ ଅବସ୍ଥାପନା ବିକାଶ ଓ ଦେଶୀୟ ଚାହିଦା ବୃଦ୍ଧି ନୂଆ ଗତି ଆଣୁଛି। ସେହିପରି, ବିଶ୍ୱସ୍ତରରେ ବଢ଼ୁଥିବା ଇଲେକ୍ଟ୍ରିଫିକେସନ୍ ଟ୍ରେଣ୍ଡ ତାମା ଓ ଅ୍ୟାଲୁମିନିୟମ୍ ଭଳି ଧାତୁର ଚାହିଦାକୁ ଆଗକୁ ଆଣୁଛି।
ଏହା ସହିତ, ବିଶ୍ୱସ୍ତରୀୟ ସପ୍ଲାଇ ଚେନ୍ରେ ମଧ୍ୟ ଦୃଶ୍ୟମାନ ପରିବର୍ତ୍ତନ ହେଉଛି। ବିଭିନ୍ନ ଦେଶ ଓ କମ୍ପାନୀମାନେ ଏବେ "ଜଷ୍ଟ-ଇନ-ଟାଇମ୍" ମଡେଲ୍ରୁ "ଜଷ୍ଟ-ଇନ-କେସ୍" ମଡେଲ୍କୁ ଯାଉଛନ୍ତି। ଭବିଷ୍ୟତର ବାଧା ବିପଦକୁ ଦୃଷ୍ଟିରେ ରଖି ଆବଶ୍ୟକ ସମ୍ପଦର ଅତିରିକ୍ତ ମଜୁତ କରାଯାଉଛି। ଏହାର ପରିଣାମରେ ଅବସ୍ଥାପନା ଓ ଉତ୍ପାଦନ ବୃଦ୍ଧି ସହିତ ସଂପୃକ୍ତ କମୋଡିଟି ଭିତ୍ତିକ ବ୍ୟବସାୟ ପାଇଁ ଭଲ ସୁଯୋଗ ଦେଖାଯାଉଛି।
ଦେଶୀୟ ମାର୍କେଟରେ ବୃଦ୍ଧିଶୀଳ କ୍ରେଡିଟ୍ ଗ୍ରୋଥ, ସରକାରୀ ସହଯୋଗୀ ନୀତି ଓ ପରିବାରମାନଙ୍କ ଆର୍ଥିକ ସ୍ଥିତିର ସୁଧାର ମଧ୍ୟ ଏହି ଟ୍ରେଣ୍ଡକୁ ମଜବୁତ କରୁଛି। ବିତ୍ତୀୟ ସେବା ଓ ହେଲ୍ଥକେର୍ ଖାତା ଏହାରୁ ଲାଭ ଉଠାଉଥିବା ବେଳେ, ଟେଲିକମ୍ ଓ ଟେକ୍ସଟାଇଲ୍ ଭଳି କିଛି ନିଶ୍ ସେକ୍ଟରରେ ମଧ୍ୟ ନୂଆ ସୁଯୋଗ ଦେଖାଯାଉଛି।
ଚନ୍ଦନଙ୍କ ସନ୍ଦେଶ ସରଳ କିନ୍ତୁ ଗଭୀର - ବଜାରର ଅସ୍ଥିରତା କେବେବି ଦୀର୍ଘମିଆଦି ଚିନ୍ତାଧାରାକୁ ଦୁର୍ବଳ କରିବା ଉଚିତ୍ ନୁହେଁ। ଯେପରି ଉତ୍ତାଳ ସମୁଦ୍ରରେ ଦୂର ଦିଗନ୍ତକୁ ଦେଖିଲେ ଯାତ୍ରା ସ୍ଥିର ଲାଗେ, ସେପରି ମେଗାଟ୍ରେଣ୍ଡ ଉପରେ ଆଧାରିତ ନିବେଶ ରଣନୀତି ମଧ୍ୟ ଅସ୍ଥିର ବଜାରରେ ନିବେଶକଙ୍କୁ ଠିକ୍ ଦିଗ ଦେଇପାରେ। ଦୀର୍ଘ ସମୟରେ, ତୁରନ୍ତ ପ୍ରତିକ୍ରିୟା ଭିତ୍ତିକ ଟ୍ରେଡିଂ ନୁହେଁ, ବରଂ ଶୃଙ୍ଖଳିତ ଓ ଦୂରଦୃଷ୍ଟିପୂର୍ଣ୍ଣ ନିବେଶ ହିଁ ସଂପତ୍ତି ସୃଷ୍ଟିର ମୂଳ ଚାବି ହୋଇଆସିଛି।












Click it and Unblock the Notifications