'ଯେଉଁ ସଂକଳ୍ପ ନେଇ ନବନିର୍ବାଚିତ ସାଂସଦମାନେ ଦିଲ୍ଲୀ ଯିବେ, ସେମାନେ ସଂସଦରେ ଓଡ଼ିଶାର ସ୍ବରକୁ ଶାଣିତ କରିବେ'
ରାଜ୍ୟସଭା ନିର୍ବାଚନରେ କଡା ଟକ୍କର ଭିତରେ ମିଳିତ ପ୍ରାର୍ଥୀ ଡ଼ଃ ଦତ୍ତେଶ୍ୱର ହୋତାଙ୍କର ପରାସ୍ତ ହୋଇଛି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ତାଙ୍କୁ ପରାସ୍ତ କରିଛନ୍ତି। ହାଇଭୋଲ୍ଟେଜ ଲଢେଇ ଭିତରେ ରାଜ୍ୟସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। କଡା ଟକ୍କର ସତ୍ତ୍ୱେ ବିଜେଡି,କଂଗ୍ରେସ ଓ ସିପିଆଇ ସମର୍ଥିତ ଏକକ ପ୍ରାର୍ଥୀ ଡ଼ଃ ଦତ୍ତେଶ୍ୱର ହୋତା ପରାସ୍ତ ହୋଇଛନ୍ତି।
ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କର ବିଜୟ ହୋଇଛି। ଚତୁର୍ଥ ଆସନ ପାଇଁ ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ସେହିପରି ପ୍ରଥମ ଦୁଇଟି ଆସନ ପାଇଁ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ବିଜୟ ହୋଇଛି। ତୃତୀୟ ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ଡ଼ଃ ସଂତୃପ୍ତ ମିଶ୍ରଙ୍କ ବିଜୟ ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିର୍ବାଚିତ ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଏବଂ ବିଜେପି ସମର୍ଥନରେ ସ୍ବାଥୀନ ପ୍ରାର୍ଥୀଙ୍କ ପ୍ରଚଣ୍ଡ ବିଜୟ ହୋଇଛି। ମୋଦୀଙ୍କ ସୁଦୃଢ଼ ନେତୃତ୍ବ ଏବଂ ମାର୍ଗଦର୍ଶନର ଫଳାଫଳ ମିଳିଛି। ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ କାର୍ଯ୍ୟକ୍ରମକୁ ରାଜ୍ୟସଭା ନିର୍ବାଚନ ଆଗେଇ ନେବ।
ନିର୍ବାଚିତ ସାଂସଦ ମନମୋହନ ସାମଲ, ସୁଜିତ କୁମାର ଓ ଦିଲୀପ ରାୟ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ କାମ କରିବେ ବୋଲି ମୋର ଆଶା ଏବଂ ବିଶ୍ବାସ। ଆଗାମୀ ଦିନରେ ଯେଉଁ ସଂକଳ୍ପ ନେଇ ନବନିର୍ବାଚିତ ସାଂସଦମାନେ ଦିଲ୍ଲୀ ଯିବେ, ସେମାନେ ସଂସଦରେ ଓଡ଼ିଶାର ସ୍ବରକୁ ଶାଣିତ କରିବେ, ଯାହା ଓଡ଼ିଶାର ସମୃଦ୍ଧିରେ ସହାୟକ ହେବ।












Click it and Unblock the Notifications