Get Updates
Get notified of breaking news, exclusive insights, and must-see stories!

ଏହି ସରକାରୀ କର୍ମଚାରୀଙ୍କ ବଢିଲା ଦରମା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଢ଼ିଲା ଏସ୍‌ଓଜି ଯବାନ ଓ ଅଧିକାରୀଙ୍କ ଭତ୍ତା । ସ୍ପେଶାଲ୍ ଅପରେସନ୍ ଗ୍ରୁପ-ଏସ୍‌ଓଜି ଯବାନ ଓ ଅଧିକାରୀଙ୍କ ରିସ୍କ ଆଲାଉନ୍ସ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ଡିସେମ୍ୱରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଭତ୍ତା । ନକ୍ସଲ ଦମନ ଅଭିଯାନରେ ପ୍ରତ୍ୟକ୍ଷ ଭାବେ ନିୟୋଜିତ ଏସ୍‌ଓଜି ଅଫିସରମାନେ ମାସିକ ସର୍ବାଧିକ ୨୫ହଜାର ଟଙ୍କା, ସୁବେଦାର ଓ ଡେପୁଟି ସୁବେଦାରମାନେ ୨୪ହଜାର, ହାବିଲଦାର ୨୦ହଜାର, କନଷ୍ଟେବଳ ଓ ସିପାହୀମାନେ ମାସକୁ ୧୬ହଜାର ଟଙ୍କା ଭତ୍ତା ପାଇବେ ।

MOHAN MAJHI
ସେହିପରି, ଏସ୍‌ଓଜି, ଏଇଟି ଓ ଆର୍‌ସି ଅଧିକାରୀ ଓ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବରେ ଅଭିଯାନରେ ସାମିଲ ହୋଇନଥିଲେ ମଧ୍ୟ ଟ୍ରେନିଂ ଓ ଅନ୍ୟାନ୍ୟ ଡ୍ୟୁଟିରେ ଥିଲେ ମାସିକ ସର୍ବାଧିକ ୧୨ହଜାର ଟଙ୍କା ଭତ୍ତା ପାଇବେ । ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟିଅର ଫୋର୍ସର କର୍ମଚାରୀଙ୍କ ପାଇଁ ୧୦ହଜାର, SIW ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ୍‌ର କର୍ମଚାରୀଙ୍କ ପାଇଁ ୨୦ହଜାର ଟଙ୍କା ଭତ୍ତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏସ୍ଓଜି ଚନ୍ଦକାର ନୂଆ ପ୍ରଶିକ୍ଷଣ ଓ ବ୍ରିଫିଙ୍ଗ୍‌ କେନ୍ଦ୍ର ଏବଂ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ଏଥିରେ ଏକା ସମୟରେ ୪ଶହ ଯବାନଙ୍କୁ ତାଲିମ ଦେଇହେବ । ଏଥିସହ ୧୬ଟି ଜିଲ୍ଲାର ୧୬ଟି ଥାନା ଗୃହ, ୭୦ଟି କ୍ୱାର୍ଟର୍ସ, ଅଫିସ୍‌ ଗୃହ, ବାରାକ୍, ଅସ୍ତ୍ରାଗାର, ପ୍ରଶାସନିକ ବିଲ୍ଡିଂ ଆଦି ପ୍ରକଳ୍ପ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+