Get Updates
Get notified of breaking news, exclusive insights, and must-see stories!

ଘନ କୁହୁଡି ଚାଦର ତଳେ ଲୁଚିଛି ରାଜଧାନୀ ଭୁବନେଶ୍ବର, ଦିଶୁନି ରାସ୍ତା ଘାଟ

ନୂତନ ବର୍ଷ ୨୦୨୬ର ପ୍ରଥମ ସକାଳରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ସାରା ସହର ଆଜି ଘନ କୁହୁଡ଼ିର ଏକ ମୋଟା ସ୍ତର ବା ଧଳା ଚାଦର ତଳେ ଶୋଇ ରହିଥିବା ପରି ମନେ ହେଉଛି। ଯେଉଁ ସମୟରେ ଲୋକମାନେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ, ସେତିକି ବେଳେ ପ୍ରକୃତିର ଏହି କୁହୁଡ଼ିଆ ରୂପ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଭାବେ ଲୁଚାଇ ଦେଇଛି ।

blocked

ବୁଧବାର ବିଳମ୍ୱିତ ରାତିରୁ ମାଡି ଆସିଥିଲା ଘନ କୁହୁଡ଼ି । ସାରା ସହରକୁ ଆବୋରି ଧରିଥିଲା ଧଳା ଆସ୍ତରଣ । ସକାଳ ୫ଟାରୁ ୭ଟା ମଧ୍ୟରେ ହଠାତ୍‌ କୁହୁଡ଼ି ଏତେ ମାତ୍ରାରେ ବଢିଯାଇଥିଲା ଯେ ଚାଳକଙ୍କ ପାଇଁ ଗାଡି ଆଗକୁ ବଢାଇବା କଷ୍ଟସାଧ୍ୟ ହୋଇଥିଲା । ସକାଳ ୮ଟା ପର୍ଯ୍ୟନ୍ତ ମଧ୍ୟ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା ।

ଏହି କାରଣରୁ ଜାତୀୟ ରାଜପଥ-୧୬ ସମେତ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଗାଡ଼ି ଚଳାଚଳ ବହୁ ପରିମାଣରେ ପ୍ରଭାବିତ ହୋଇଛି । ବାଇକ୍ ଏବଂ କାର୍ ଚାଳକମାନେ ନିଜ ଗାଡ଼ିର ହେଡ୍‌ଲାଇଟ୍ ଏବଂ ଫଗ୍ ଲାଇଟ୍ ବ୍ୟବହାର କରି ଅତି ଧୀର ଗତିରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁଁ କୌଣସି ଅଘଟଣ ନଘଟିବା ପାଇଁ ପୁଲିସ ପକ୍ଷରୁ ମଧ୍ୟ ସତର୍କ କରାଯାଇଛି । ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ଶୀତ ଦାଉରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+