Get Updates
Get notified of breaking news, exclusive insights, and must-see stories!

କୋଲକାତାରେ ଶାହଙ୍କ ରଣହୁଁକାର, କହିଲେ ୨୦୨୬ରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ଦିନ। ସେ ମନେ ପକାଇଥିଲେ ଯେ ୧୯୪୩ରେ ଏହି ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପୋର୍ଟ ବ୍ଲେୟାରରେ ଭାରତୀୟ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

amit saha

ଅମିତ ଶାହା ଆହୁରି କହିଛନ୍ତି ଯେ ଏପ୍ରିଲରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସେ ଗତ ୧୫ ବର୍ଷ ଧରି ଟିଏମସିର ଶାସନକୁ ସମାଲୋଚନା କରି କହିଛନ୍ତି, ଏହି ସମୟ ମଧ୍ୟରେ ବଙ୍ଗଳା ଭୟ, ଦୁର୍ନୀତି ଏବଂ କୁଶାସନ ଦ୍ୱାରା ଶାସିତ ହୋଇଛି, ଯାହା ଫଳରେ ଲୋକମାନେ ଭୟଭୀତ ଏବଂ ଆତଙ୍କିତ ଅନୁଭବ କରୁଛନ୍ତି। ୨୦୨୬ରେ ବେଙ୍ଗଲରେ ଭାଜପା ସରକାର ବୋଲି ଶାହା ନିଶ୍ଚିତ କରିଛନ୍ତି। ଶାହା କହିଛନ୍ତି, ୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ।୨୦୨୬ରେ ଦୁଇତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ ସରକାର। ବେଙ୍ଗଲ ଏକ ଗରିବ ରାଜ୍ୟ, ମାତ୍ର ମନ୍ତ୍ରୀଙ୍କ ଘରୁ ମିଳୁଛି ୨୭ କୋଟି। ବେଙ୍ଗଲରେ ମହିଳାମାନେ ଅସୁରକ୍ଷିତ, ରାତିରେ ଘରୁ ବାହାରିବା ବିପଦ।ଏଠାରେ କ'ଣ ମୋଗଲ ଶାସନ ଚାଲିଛି ବୋଲି ଶାହା ପ୍ରଶ୍ନ କରିଛନ୍ତି।

ଶାହା କହିଛନ୍ତି, ଦେଶର GDP ଯୋଗଦାନରେ ବେଙ୍ଗଲର ଅବଦାନ ୧୦.୫।ମାତ୍ର ଆଜି ଯେଉଁ ଶିଳ୍ପ ସଂସ୍ଥା ବେଙ୍ଗଲ ଆସୁଛନ୍ତି, ଫେରି ଯାଉଛନ୍ତି।ଆୟୁଷ୍ମାନ ଭାରତ ଲାଗୁ ନ କରି ମମତା ଗରିବଙ୍କୁ ସୁବିଧାରୁ ବଞ୍ଚିତ କରିଛନ୍ତି। ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ମାଟିରେ ମିଶାଇ ସାରିଛନ୍ତି ମମତା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+