ରଙ୍ଗୀନ ରାତିକୁ ଫିକା କରିଦେବ ପୋଲିସ କଟକଣା, ମଦ୍ୟପାନ କରି ଗାଡି ଚାଳାଇଲେ କାର୍ଯ୍ୟାନୁଷ୍ଠାନ
ରଙ୍ଗୀନ ରାତିକୁ ଫିକା କରିଦେବ ପୋଲିସ କଟକଣା । ଜିରୋ ନାଇଟ ପାଇଁ କମିଶନରେଟ ପୋଲିସର କଡ଼ା କଟକଣା । ମର୍ଯ୍ୟାଦା ଏବଂ ଦାୟିତ୍ବର ସହ ପାଳନ କରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ । ଜନସାଧାରଣ, ଇଭେଣ୍ଟ ଆୟୋଜକ ଏବଂ ଅମାନିଆ ଅସାମାଜିକଙ୍କ ଉଦ୍ଦେଶ୍ୟରେ ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ ।

ଯଦି ଆପଣ ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ଯୋଜନା କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। କମିଶନରେଟ ପୋଲିସ ଜାରି କରିଥିବା ଗାଇଡ ଲାଇନ୍ ଅନୁଯାୟୀ, ଜିରୋ ନାଇଟ୍ ଏବଂ ନୂଆବର୍ଷ ପାଳନ ଉତ୍ସବ ଆୟୋଜନ ପାଇଁ ବୈଧ ଲାଇସେନ୍ସ ଏବଂ ଅନୁମତି ନେବାକୁ ହେବ । ଅଶାଳୀନ ପୋଷାକ କିମ୍ବା ଇଙ୍ଗିତ ପ୍ରଦର୍ଶନ କରୁଥିବା ଭଳି କୌଣସି ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ ହେବନାହିଁ ।
ଅନୁମୋଦିତ ଡେସିବେଲ୍ ମଧ୍ୟରେ ସଂଗୀତ ପରିବେଷଣ କରିବେ । ମଦ୍ୟପାନ କରି ଗାଡି ଚାଳାଇଲେ କାର୍ଯ୍ୟାନୁଷ୍ଠାନ ହେବ। ଚେକ୍ ପଏଣ୍ଟରେ ପୋଲିସର ନିର୍ଦ୍ଦେଶ ପାଳନ ପାଇଁ କୁହାଯାଇଛି ।












Click it and Unblock the Notifications