Get Updates
Get notified of breaking news, exclusive insights, and must-see stories!

ଏଣିକି ପରୀକ୍ଷା କିମ୍ବା ଚାକିରି ପାଇଁ ଆବେଦନ କରିବାକୁ ପଡ଼ିବନି NOC

ଏଣିକି ପରୀକ୍ଷା କିମ୍ବା ଚାକିରି ପାଇଁ ଆବେଦନ କରିବାକୁ ପଡ଼ିବନି NOC । ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି ଜାରି କଲେ ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଐତିହାସିକ ନିଷ୍ପତ୍ତି । ଏବେ ନିଜ କ୍ୟାରିୟରରେ ଉନ୍ନତି କରିପାରିବେ ସରକାରୀ କର୍ମଚାରୀ । ଚାକିରି ଆଶାୟୀ ସରକାରୀ କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି ।

NOC

GA &PG ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର NOC ମାଗିବାକୁ ପଡ଼ିବ ନାହିଁ । ଏଣିକି ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଷ୍ଟାଣ୍ଡିଂ ପରମିସନ୍ ବା ସ୍ଥାୟୀ ଅନୁମତି ପ୍ରଦାନ କରିଛନ୍ତି । ଏହି ନିର୍ଦ୍ଦେଶନାମା ବଳରେ କର୍ମଚାରୀମାନେ UPSC, OPSC, SSB, OSSC ଏବଂ OSSSC ଭଳି ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ସିଧାସଳଖ ଆବେଦନ କରିପାରିବେ । ପୂର୍ବରୁ ପ୍ରତିଟି ଆବେଦନ ପାଇଁ ପୃଥକ ଭାବେ NOC ନେବା ପ୍ରକ୍ରିୟା ବେଶ୍ ସମୟସାପେକ୍ଷ ଥିଲା।

ରୁଟିନ୍ କାମରେ ଅନାବଶ୍ୟକ ଫାଇଲ୍ କାମ ବଢ଼ୁଥିଲା । ତେବେ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ଏବଂ ହେଡକ୍ୱାର୍ଟର ଛାଡ଼ିବା ପାଇଁ ଅନୁମତି ନେବା ବାଧ୍ୟତାମୂଳକ। ଏଥିପାଇଁ ଆଡମିଟ୍ କାର୍ଡ ଦେଖାଇବାକୁ ପଡ଼ିବ । ନୂଆ ଚାକିରିରେ ଚୟନ ହେବା ପରେ, ବର୍ତ୍ତମାନର ପଦବୀରୁ ଅବ୍ୟାହତି ପାଇବା ପାଇଁ ବିଧିବଦ୍ଧ ଭାବେ ବିଭାଗର ଅନୁମତି ଲୋଡ଼ାହେବ। କିନ୍ତୁ ସରକାର ଚାହିଁଲେ କୌଣସି କର୍ମଚାରୀଙ୍କୁ ରିଲିଭ୍ କରିବାକୁ ଅଗ୍ରାହ୍ୟ ମଧ୍ୟ କରିପାରନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+