Get Updates
Get notified of breaking news, exclusive insights, and must-see stories!

ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ, ପଞ୍ଚମ ଶ୍ରେଣୀ ଯାଏଁ ମାତୃଭାଷା ବାଧ୍ୟତାମୂଳକ

ଆସନ୍ତା ଶିକ୍ଷାବର୍ଷ(୨୦୨୬-୨୭)ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା(ଓଏସ୍ସିଏଫ୍) ଉପରେ ଆଧାରିତ ହେବ । ରାଜ୍ୟର ୧ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମର ଦକ୍ଷ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ । ନୂତନ ଯୁଗ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିରନ୍ତର ଜାରି ରହିବ । ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ ।

dharmendra pradhan

ଏହାଦ୍ୱାରା ପିଲାଙ୍କ ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ । ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ବ୍ୟାଗ୍ ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । ଏହାଦ୍ୱାରା ସେମାନେ ବ୍ୟବହାରିକ ଜ୍ଞାନ ଓ ସମାଲୋଚନାତ୍ମକ ଚିନ୍ତାଧାର ଶିଖିପାରିବେ । ଜନ୍ମଠୁ ଦ୍ୱାଦଶ ଶ୍ରେଣୀ ଯାଏ ଶିଶୁଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଏଥିସହ ପ୍ରାଥମିକ ସ୍ତରରେ ପିଲାଙ୍କ ପଢ଼ିବା, ଲେଖିବା ଓ ସଂଖ୍ୟାଜ୍ଞାନର ଦକ୍ଷତା ବୃଦ୍ଧି ପାଇଁ ନିପୁଣ ଓଡ଼ିଶା ଲକ୍ଷ୍ୟ ହାସଲ କରାଯିବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି କହିଛନ୍ତି । ଓଡ଼ିଶାରେ ନୂତନ ପାଠ୍ୟପୁସ୍ତକ ଓ ଶିକ୍ଷକ ପ୍ରଶିକ୍ଷଣ ଉପରେ ମାଷ୍ଟର ଟ୍ରେନରଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ଅବସରରେ ରାଜ୍ୟର ୩୦ ଜିଲ୍ଲାର ମାଷ୍ଟର ଟ୍ରେନର ଓ ଶୈକ୍ଷିକ ନେତୃବୃନ୍ଦ ସହ ନୂତନ ପାଠ୍ୟକ୍ରମ ଓ ଶିକ୍ଷକ ପ୍ରଶିକ୍ଷଣ ଉପରେ ଆଲୋଚନା କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଶିକ୍ଷା ନୀତି ଜରିଆରେ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଅଣାଯିବ । ଏଥିସହ ବିକଶିତ ଓଡି଼ଶା ଗଠନ ପାଇଁ ସରକାର ପ୍ରତିବଦ୍ଧ ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ, ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୫୫ଟି ନୂତନ ଏନ୍ସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ ଓ ସନ୍ଦର୍ଭୀକରଣ କରିଛି । ଶିକ୍ଷା କ୍ଷେତ୍ରରେ ଯେଉଁ ସଂସ୍କାର କରାଯାଉଛି ତାହା କେବଳ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ ପରିବର୍ତ୍ତନ ନୁହେଁ, ବଂର ପିଲାଙ୍କ ଭବିଷ୍ୟତ ଓ ରାଜ୍ୟର ପ୍ରଗତି ପାଇଁ ସାମୂହିକ ପ୍ରତିବଦ୍ଧତା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଅତିରିକ୍ତ ଶାସନ ସଚିବ ଅର୍ଚ୍ଚନା ଶର୍ମା, ରାଜ୍ୟ ଗଣଶିକ୍ଷା ବିଭାଗ ଏନ୍ ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ, ଏସ୍ସିଇଆର୍ଟି ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଏନ୍ସିଇଆର୍ଟି ବରିଷ୍ଠ ଅଧ୍ୟାପକ ରଞ୍ଜନ ଆରୋରାଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+