Bhubaneswar Market Building: ଖୋଲିଲା ମାର୍କେଟ୍ ବିଲ୍ଡିଂ, ବନ୍ଦ ରହିଛି ଶୋ ରୁମ୍
Bhubaneswar Market Building: ପୁଣି ବଢିବ ଗହଳି । ଲାଗିବ ଗ୍ରାହକଙ୍କ ଭିଡ଼ । ଆଜି ଠାରୁ ଖୋଲିଛି ଭୁବନେଶ୍ୱର ୟୁନିଟ୍ 2 ମାର୍କେଟ୍ । କିନତ୍ତୁ ମାର୍କେଟ୍ ବିଲ୍ଡିଂ ଭିତରେ ଥିବା ଶୋ ରୁମ୍ ଖୋଲିନାହିଁ । କେଭଳ ରିଟେଲ୍ ଦୋକାନ ଖୋଲିଛି । ବିଏମସି ପକ୍ଷରୁ କୌଣସି ପ୍ରତିଶ୍ରୁତି ମିଳି ନାହିଁ ।

ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ ଓ ବିଏମସି ମଧ୍ୟରେ ଆଲୋଚନା ଜାରି ରହିଛି । କ'ଣ ପାଇଁ ଶୋ' ରୁମ୍ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ । ଏନେଇ ବିଏମ୍ସି ପକ୍ଷରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନଥିବା ସୂଚନା ମିଳିଛି ।
ସୂଚନାଥାଉକି, ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିକୁ ନେଇ ସ୍ଥାୟୀ ଦୋକାନୀ ବଜାର ବନ୍ଦ ରଖିଥିଲେ । ଉଠା ଦୋକାନୀ ସମ୍ପୂର୍ଣ୍ଣ ହଟିବା ପରେ ଯାଇ ବଜାର ଖୋଲିବା ନେଇ ଜିଦ୍ ଧରିଥିଲେ ସ୍ଥାୟୀ ବ୍ୟବସାୟୀ ସଂଘ । ତେଣୁ ଗତ 17 ତାରିଖରୁ ୟୁନିଟ୍ 2 ମାର୍କେଟ୍ ବନ୍ଦ ରହିଥିଲା ।












Click it and Unblock the Notifications