ଆଜି ମକର ସଂକ୍ରାନ୍ତି : କଣ ରହିଛି ଆଜି ଦିନର ବିଶେଷତ୍ୱ

ଆଜିର ଦିନରେ ସୂର୍ଯ୍ୟଙ୍କ ଉତ୍ତରାୟଣଗତି ଆରମ୍ଭ ହୁଏ । ତେଣୁ କେତେକ ସ୍ଥାନରେ ଏହି ପର୍ବକୁ ଉତ୍ତରାୟଣୀ ନାମରେ ମଧ୍ୟ ଜଣାଯାଏ । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି ।

ଆଜି ମକର ସଂକ୍ରାନ୍ତି । ଆଜିର ଦିନରେ ସୂର୍ଯ୍ୟଙ୍କ ଉତ୍ତରାୟଣଗତି ଆରମ୍ଭ ହୁଏ । ତେଣୁ କେତେକ ସ୍ଥାନରେ ଏହି ପର୍ବକୁ ଉତ୍ତରାୟଣୀ ନାମରେ ମଧ୍ୟ ଜଣାଯାଏ । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଆଜି ଠାରୁ ଦିନ ବଡ଼ ହେବା ଆରମ୍ଭ ହୁଏ । ଏହାର ପ୍ରଭାବ ବହୁତଥିବାରୁ ଶ୍ରଦ୍ଧାଳୁ ମାନେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରନ୍ତି । ଏବଂ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଲେ ଶରୀରରେ ନୂଆ ଉର୍ଜାର ସଂଚାର ହେବା ନେଇ ବିଶ୍ୱାସ ରହିଆସିଛି ।

Makar Sankranti Live

ଏହି ପର୍ବକୁ ଦେଶର କୋଣଅନୁକୋଣରେ ବିଭିନ୍ନ ସମ୍ପ୍ରଦାୟର ଲୋକ ଭିନ୍ନ ଭିନ୍ନ ଭାବେ ପାଳନ କରିଥାନ୍ତି । ଓଡ଼ିଶାରେ ଏହାକି ମକର ସଂକ୍ରାନ୍ତି କୁହାଯାଏ । ଆଜିର ଦିନରେ ଓଡ଼ିଶାର ଲୋକମାନେ 'ମକର ଚାଉଳ' କରିଥାନ୍ତି । ଏହାର ବୈଶିଷ୍ଟ ହେଲା ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, କଦଳୀ, ଘିଅ, କ୍ଷୀର ଆଦି ଦେବାଦେବୀଙ୍କ ନିକଟରେ ଭୋଗ ଲାଗି କରାଯାଏ । ଏହି ଭୋଗକୁ ଆନନ୍ଦରରେ ସାଙ୍ଗସାଥୀ ଏବଂ ପଡ଼ୋଶୀଙ୍କୁ ବଣ୍ଟାଯାଇଥାଏ । ଏଥିସହିତ ଦେଶର କେତେକ ସ୍ଥାନରେ ଆଜିର ଦିନରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି ।

Jan 14, 2021, 10:29 am IST

ମକର ସଂକ୍ରାନ୍ତି ସମ୍ପର୍କରେ କିଛି ବିଶେଷ କଥା

ଚଳିତ ବର୍ଷ ମକର ସଂକ୍ରାନ୍ତି ଦିନ ପଞ୍ଚଗ୍ରହ ଯୋଗ ଗଠନ ହେଉଛି । ସୂର୍ଯ୍ୟ, ଚନ୍ଦ୍ର, ବୁଧ, ଗୁରୁ ଏବଂ ଶନି ଗୋଟିଏ ରାଶି ମକରରେ ବାସ କରିବେ | ତେଣୁ, ଅନ୍ୟ ସମସ୍ତ ରାଶିର ଲୋକମାନେ ଖରାପ ପ୍ରଭାବ ହ୍ରାସ କରିବା ଏବଂ ଶୁଭ ପ୍ରଭାବ ଲାଭ କରିବା ପାଇଁ ନବଗ୍ରହ ସ୍ତୋତ୍ର ପାଠ କରନ୍ତୁ । ନବଗ୍ରହର ମନ୍ତ୍ର ଜପ କରିବା ଦ୍ୱାରା ଆପଣ ଅସୁବିଧାରୁ ରକ୍ଷା ପାଇପାରିବେ ।
Jan 14, 2021, 10:10 am IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଶୁଭେଚ୍ଛା

ମକର ସଂକ୍ରାନ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଟ୍ୱିଟ୍ କରିଛନ୍ତି, ମକର ସଂକ୍ରାନ୍ତିର ଏହି ମହାପର୍ବ ସମସ୍ତ ଦେଶବାସୀଙ୍କୁ ନୂଆ ଆଶା ଦେବା ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ।
Jan 14, 2021, 10:06 am IST

ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ଭୋଗାଲୀ ବିହୁ ତଥା ଉତ୍ତରାୟଣ ପୌଷ ପର୍ବ ଅବସରରେ ସମସ୍ତଙ୍କୁ ଶୁଭକାମନା ଓ ଶୁଭେଚ୍ଛା । ଏହି ପର୍ବ ଜରିଆରେ ସମାଜରେ ପ୍ରେମ, ସ୍ନେହ ବଢିବା ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ମଜବୁତ୍ ହେଉ ।
Jan 14, 2021, 10:00 am IST

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ମକର ସଂକ୍ରାନ୍ତି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍ତରାୟଣ ସୂର୍ଯ୍ୟଦେବ ସମସ୍ତଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ଭରିଦିଅନ୍ତୁ ବୋଲି ସେ ଟ୍ୱିଟ କରିଛନ୍ତି ।
Jan 14, 2021, 9:54 am IST

ରାଜ୍ୟପାଳଙ୍କ ମକର ସଂକ୍ରାନ୍ତି ଶୁଭେଚ୍ଛା

ପବିତ୍ର ମକର ସଂକ୍ରାନ୍ତି ଅବସରରେ ମାନ୍ୟବର ରାଜ୍ୟପାଳ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।
Jan 14, 2021, 9:51 am IST

ମକର ସଂକ୍ରାନ୍ତିର ବିଶେଷତ୍ୱ

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ନିୟମକୁ ଦୃଷ୍ଟିରେ ରଖି ମକର ଉତ୍ସବ ପାଳନ କରିବାକୁ ଦେଲେ ପରାମର୍ଶ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।
Jan 14, 2021, 9:35 am IST

ମକର ସଂକ୍ରାନ୍ତିର ବିଶେଷତ୍ୱ

ଆଜିର ଦିନରେ ସୂର୍ଯ୍ୟଙ୍କ ଉତ୍ତରାୟଣଗତି ଆରମ୍ଭ ହୁଏ । ତେଣୁ କେତେକ ସ୍ଥାନରେ ଏହି ପର୍ବକୁ ଉତ୍ତରାୟଣୀ ନାମରେ ମଧ୍ୟ ଜଣାଯାଏ । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଆଜି ଠାରୁ ଦିନ ବଡ଼ ହେବା ଆରମ୍ଭ ହୁଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+