Get Updates
Get notified of breaking news, exclusive insights, and must-see stories!

ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ, ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଆନ୍ତଃରାଜ୍ୟ ଗୋ-ମାଫିଆଙ୍କ ଘରେ ଚଢାଉ । ଗୋ-ମାଫିଆ ରାଜନର ଭଦ୍ରକ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସର ମିଳିତ ଚଢାଉ କରିଛନ୍ତି । ରାଜନର ପୁରୁଣାବଜାର ମୁଲାସାହିସ୍ଥ ବସଭବନ, ମାଲିକାନାରେ ଚାଲିଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ଏକ ଇନଷ୍ଟିଚ୍ୟୁଟରେ ମଧ୍ୟ ପୁଲିସ ରେଡ କରିଛି । ଚଢାଉ ସମୟରେ ରାଜନର ଘରୁ ପୁଳାପୁଳା ନଗଦ ଟଙ୍କା ଓ ସୁନା ଗହଣା ଜବତ କରାଯାଇଛି । ବିପୁଳ ପରିମାଣର ଟଙ୍କା ମିଳିବା ପରେ ଏହାକୁ ଗଣିବା ପାଇଁ ଦୁଇଟି ମେସିନର ସାହାଯ୍ୟ ନିଆଯାଇ ଟଙ୍କା ଗଣା ଜାରି ରହିଛି।

cow mafia

ଏଥିସହ ସୁନାଗହଣା, ଦୁଇଟି ସ୍କର୍ପିଓ ଗାଡି , ସ୍କୁଟି, ବିପୁଳ ସମ୍ପତିର କାଗଜପତ୍ର ଆଦିକୁ ଜବତ କରିଛି ପୁଲିସ। ଏହି ରେଡ ବେଳେ ୨ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି। କେନ୍ଦୁଝର ଏସଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ନେତୃତ୍ୱରେ ଆଜି ସକାଳୁ ଏହି ଚଢାଉ ଚାଲିଛି। ରାଜନ ନାମରେ କେନ୍ଦୁଝରର ଅଧିକାଂଶ ଥାନାରେ ମାମଲା ରହିଛି। ଗତ ଦଶମାସ ହେବ ସେ କେନ୍ଦୁଝର ଏସପିଙ୍କ ସ୍କାନରରେ ଥିଲା ବୋଲି ଏସଡିପିଓ ସୁଦର୍ଶନ ଗାଙ୍ଗୋଇ କହିଛନ୍ତି। ଟଙ୍କା ଗଣାଚାଲିଛି, ସୁନା ଅଳଙ୍କାର ଜବତ ହୋଇଛି, ଚଢଉ ଜାରି ରହିଛି ବୋଲି କହିଛନ୍ତି ଏସଡିପିଓ ଶ୍ରୀ ଗାଙ୍ଗୋଇ। ଗୋ-ମାଫିଆଙ୍କୁ ସାବାଡ କରିବା ଲାଗି ଆଜି ୫ଟି ଜିଲାର ୪୬ଟି ସ୍ଥାନରେ ଚଢାଉ ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+