Get Updates
Get notified of breaking news, exclusive insights, and must-see stories!

ହ୍ୟୁମାନ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅର୍ପିତା ଚୌଧୁରୀ

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା। ପୁରା ଘଟଣାରେ ଆଉ ଏକ ଟ୍ୱିଷ୍ଟ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କ ସହ ଆଗୁଆ ଜାମିନ ଆବେଦନ କଲେ ଅର୍ପିତା। ଗିରଫଦାରୀକୁ ଏଡ଼ାଇବା ଲାଗି ଜାମିନ୍ ଆବେଦନ କରିଥିବାର ଚର୍ଚ୍ଚା ହେଉଛି।

Arpita Chaudhary

ଖବର ଅନୁଯାୟୀ, ଗତ ୨୧ ତାରିଖରେ ହ୍ୟୁମାନଙ୍କ ମା' ଶେଫାଳୀ ସୁନା ନିଜ ପୁଅର ମୃତ୍ୟୁ ରହସ୍ୟରୁ ପରଦା ହଟାଇବା ପାଇଁ କଟକ ମର୍କତନଗର ଥାନାରେ ଏତଲା ଦେଇଥିଲେ । ଏହି ଏତଲାରେ ସୋମେଶ ଶତପଥୀ, ଅର୍ପିତା ଚୌଧୁରୀଙ୍କ ସମେତ ୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ । ପୁଅର ମୃତ୍ୟୁ ପାଇଁ ଏହିମାନଙ୍କୁ ଦାୟୀ କରି ଥାନା ଅଭିଯୋଗ ଦାୟର କରିଥିଲେ ଶେଫାଳୀ ସୁନା। ଶାରୀରିକ ଆଘାତ ପହଞ୍ଚାଇବା, ମାନସିକ ନିର୍ଯାତନା ଦେବା, ଧମକଚମକ ଦେବା, ବିଭିନ୍ନ ଚାପ ପ୍ରୟୋଗ କରିବା ଓ ଆର୍ଥିକ ସ୍ତରରେ ଲାଭବାନ ହେବାର ଉଦ୍ଦେଶ୍ୟ ରଖିବା ଯୋଗୁଁ ହ୍ୟୁମାନଙ୍କର ମୃତ୍ୟୁ ହୋଇଥିବା ନେଇ ଏତଲାରେ ଆଶଙ୍କା କରିଥିଲେ ମା'ଶେଫାଳି। ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସେମାନଙ୍କର ମଧ୍ୟ ସମାନ ତଥ୍ୟ ସଂଗ୍ରହ କରି ଯାଞ୍ଚ୍ କରିବାକୁ ହ୍ୟୁମାନ୍‌ଙ୍କ ମା' ଦେଇଥିବା ଏତଲାରେ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗତ ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଥିଲେ । ହ୍ୟୁମାନ ସାଗରଙ୍କ ଲିଭର୍ ଖରାପ ଥିବା ବେଳେ, କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟିନଥିଲା। ଶେଷରେ ନଭେମ୍ବର ୧୭ ତାରିଖରେ ହ୍ୟୁମାନଙ୍କ ମୃତ୍ୟୁ ହୋଇଥିଲା ।

ହ୍ୟୁମାନ ବହୁ ହିଟ୍‌ ଗୀତର ଗାୟକ ଥିଲେ। ନିଜ କଣ୍ଠର ଯାଦୁରେ ଓଲିଉଡରେ ସ୍ଵତନ୍ତ୍ର ସ୍ଥାନ ପାଇଥିଲେ। ତାଙ୍କର ଗାଇବା ଶୈଳୀ ଏତେ ନିଆରା ଥିଲା ଯେ, ଶ୍ରୋତାଙ୍କ ହୃଦୟକୁ ଛୁଇଁ ଯାଉଥିଲା। 'ଇସ୍କ ତୁ ହି ତୁ' ଫିଲ୍ମରେ ପ୍ରଥମ ଗୀତ ଗାଇଥିଲେ। ଆଉ ଶେଷ ଥର 'ଚାରିଧାମ' ଫିଲ୍ମରେ ଶେଷ ଥର ଗାଇଥିଲେ। ୨୦୧୨ରେ ରିୟଲଟି ଶୋ 'ଭଏସ ଅଫ୍ ଓଡ଼ିଶା'ରେ ଚାମ୍ପିଅନ ହୋଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ସୁପର ହିଟ୍ ହୋଇ ଚାଲିଥିଲା। ବିଶେଷ କରି ତାଙ୍କର ଦୁଃଖ ଭରା ଗୀତ ଯୁବ ପିଢିଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲା ୧୯୯୦ ମସିହା ନ ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିଲେ ହ୍ୟୁମାନ ସାଗର। ତେବେ କଟକ ଥିଲା ତାଙ୍କର କର୍ମମୟ ନଗର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+