କନ୍ଧମାଳ ଏନ୍କାଉଣ୍ଟରକୁ ବଡ ସଫଳତା କହିଲେ ଗୃହ ମନ୍ତ୍ରୀ ଅମିତ ଶାହ
କନ୍ଧମାଳ ଏନ୍କାଉଣ୍ଟରକୁ ବଡ ସଫଳତା କହିଲେ ଗୃହ ମନ୍ତ୍ରୀ ଅମିତ ଶାହ। ମନ୍ତ୍ରୀ କହିଛନ୍ତି ଯେ ନକ୍ସଲମୁକ୍ତ ଭାରତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ସମେତ ୬ ନକ୍ସଲ ନିହତ ହୋଇଛନ୍ତି। ଓଡିଶା ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦ୍ୱାରଦେଶରେ ଠିଆ ହୋଇଛି। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲବାଦକୁ ଦୂର କରିବାକୁ ସଙ୍କଳ୍ପବଦ୍ଧ। ଅନ୍ୟପଟେ, ପୋଲିସ ଡିଜି ୱାଇ. ବି ଖୁରାନିଆ । ସେ କହିଛନ୍ତି ଯେ ଗଣେଶ ନିହତ ପରେ ଓଡିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି ।

ଗଣେଶ ସମେତ ୪ ନକ୍ସଲ ନିହତ ହୋଇଛନ୍ତି, ଏହା ଏକ ବଡ ସଫଳତା । ସର୍ଚ୍ଚ ଅପରେସନ ଜାରି ରହିଛି, ଅପରେସନ ଏବେ ବି ଚାଲିଛି । କାଲି ୨ ମାଓବାଦୀ ନିହତ ହୋଇଥିଲେ, ସେମାନଙ୍କ ମୁଣ୍ଡ ଉପରେ ଥିଲା ୨୩ ଲକ୍ଷ ଟଙ୍କା । ୨୩ ତାରିଖରେ ମାଲକାନଗିରିରେ ୨୨ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କ ମୂଳପୋଛ ଆମ ଲକ୍ଷ । ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଆମ ରାଜ୍ୟର ପଲିସି ସବୁଠୁ ଶ୍ରେଷ୍ଠ । ତେଣୁ ମାଓବାଦୀ ହିଂସାପଥ ଛାଡି ମୁଖ୍ୟସ୍ରୋତରେ ସାମିଲ୍ ହୁଅନ୍ତୁ ।












Click it and Unblock the Notifications