ଠପ୍ ହେଲା ସ୍ବାସ୍ଥ୍ୟସେବା; ବିଭିନ୍ନ ହସ୍ପିଟାଲ OPDରେ ଘଣ୍ଟାଏ କାର୍ଯ୍ୟବନ୍ଦ
ଆଜିଠାରୁ ସକାଳେ ଘଣ୍ଟାଏ ଓପିଡି ବନ୍ଦ । ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ବହିର୍ବିଭାଗ, ଓପିଡି ବନ୍ଦ ରହିବ । ଘଣ୍ଟାଏ ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡିରେ ରୋଗୀ ଦେଖିବେ ନାହିଁ। ଏହାସହ ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ହେଉଥିବା କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବ ବୋଲି ଓଡ଼ିଶା ମେଡିକାଲ ସେବା ସଂଘ, ଓମ୍ସା ପକ୍ଷରୁ ଘୋଷଣା କରାଯାଇଛି।

ସଂଘ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସକରାତ୍ମକ ରହିଥିବା ରାଜ୍ୟ ସରକାର କହୁଛନ୍ତି। ମାତ୍ର ପୂର୍ବ ଘୋଷଣା ଅନୁଯାୟୀ ଓମ୍ସା ଆନ୍ଦୋଳନ ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛି। ଦୁଇ ଦିନ ତଳେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଓମ୍ସା ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।
ସଂଘର ରହିଥିବା ଦାବିକୁ ସମ୍ମାନ ଜଣାଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯିବ । କମିଟି ଦାବିଗୁଡ଼ିକର ଅନୁଧ୍ୟାନ କରି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯିବ । ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସଂଘ ଯେଉଁ ଆନ୍ଦୋଳନ ଡାକରା ଦେଇଛି। ସେଥିରୁ ନିବୃତ୍ତ ରହିବା ଲାଗି ଅନୁରୋଧ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସେପଟେ, ଓମ୍ସା ପକ୍ଷରୁ କୁହାଯାଇଛି ଯେ, ନଭେମ୍ବର ୧୯ ତାରିଖରେ କମିଟି ଗଠନ ହେବାର ନିଷ୍ପତ୍ତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ। ତେଣୁ ଓମ୍ସା କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି ।












Click it and Unblock the Notifications