Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଆଜିଠୁ ବଢ଼ିବ ଶୀତ ସାଙ୍ଗକୁ ଘନ କୁହୁଡ଼ି, ଥରିବ ସାରା ଓଡ଼ିଶା

ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଗୁରୁବାର ବଡ଼ଦିନଠାରୁ ରାଜ୍ୟରେ ଥଣ୍ଡାର ପରିମାଣ ଆହୁରି ବଢ଼ିବ। ୭ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଗୁରୁବାରଠାରୁ ୨୯ ତାରିଖ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ ପ୍ରବଳ କୁହୁଡ଼ି ନେଇ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ବିଶେଷକରି ପ୍ରାତଃ ସମୟରେ ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦିଆଯାଇଛି।

Dense

ଗୁରୁବାର ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳରେ ଘନ କୁହୁଡ଼ି ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ବଡ଼ଦିନ ଓ ଖ୍ରୀଷ୍ଟମାସ ଅବସରରେ ଗୁରୁବାର ରାତି ଓ ଶୁକ୍ରବାର ସକାଳେ ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳର କେତେକ ସ୍ଥାନରେ ଘନ କୁହୁଡ଼ି ଆଶଙ୍କା ଅଛି । ସମ୍ବଲପୁର, ଜଗତସିଂହପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।

୨୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଓ ଘନ କୁହୁଡ଼ି ଆଶଙ୍କା ରହିଛି । ମଙ୍ଗଳବାର ରାତିରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬.୧, ସେମିଳିଗୁଡ଼ାରେ ୬.୬, ଝାରସୁଗୁଡ଼ା ୬.୮, ଦାରିଙ୍ଗିବାଡ଼ିରେ ୭.୫, ଜି.ଉଦୟଗିରିରେ ୮.୭, ନବରଙ୍ଗପୁର ୮.୯, ଫୁଲବାଣୀରେ ୯, କିରେଇ ୯.୩, ବୌଦ୍ଧ ୯.୭, ଚିପିଲିମା ୯.୯ ଡିଗ୍ରୀ ଥିଲା । ୧୦ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତା'ଠାରୁ କମ୍ ଥିଲା । କଟକରେ ୧୩.୪, ଭୁବନେଶ୍ୱରରେ ୧୩.୬, ଖୋର୍ଦ୍ଧାରେ ୧୨ ଡିଗ୍ରୀ ଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୬.୬ ଓ ଝାରସୁଗୁଡ଼ାରେ ୫.୩ ଡିଗ୍ରୀ କମ୍ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+