Get Updates
Get notified of breaking news, exclusive insights, and must-see stories!

ବିଜୁ ପଟ୍ଟନାୟକ ଏୟାର୍‌ପୋର୍ଟରେ ଘନ କୁହୁଡ଼ି ପ୍ରଭାବ, ୫ଟି ବିମାନର ଗତିପଥ ପରିବର୍ତ୍ତନ

ରାଜଧାନୀରେ ଘନ କୁହୁଡି । ବିମାନ ସେବା ପ୍ରଭାବିତ । ଘନ କୁହୁଡି ଯୋଗୁଁ ୫ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି । ୩ଟି ରାୟପୁରକୁ ଏବଂ ୨ଟି କଲିକତାକୁ ପରିବର୍ତ୍ତନ କରାଯାଇଛି । ସେଥିମଧ୍ୟରୁ ୩ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁରୁରୁ ଆସୁଥିଲା । ସକାଳ ସାଢ଼େ ୬ଟା ବେଳେ ରନ୍ଓ୍ବେରେ ଦୃଶ୍ୟମାନ ୫୦ମିଟର ଥିଲା ସେଥିପାଇଁ ବିମାନ ଉଡିପାରିନଥିଲା ।

Biju Patnaik Airport

ଅତି କମ୍‌ରେ ଦୃଶ୍ୟମାନ ୫୫୦ମିଟର ରହିଲେ ବିମାନ ଉଡ଼ାଣ ହୋଇଥାଏ । ସିଜିନର ଦ୍ଵିତୀୟ ଦିନ ଯେଉଁଦିନ ଘନ କୁହୁଡ଼ି ପାଇଁ ବିମାନସେବା ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରୁ ଡେରାଡୁନ ସକାଳ ୬ଟାରେ ଥିବା ବିମାନ ଦିନ ୧୦ଟାରେ ଯାଇଛି । ସେହିପରି ଜୟପୁର ଉତକେଲା ବିମାନ ମଧ୍ୟ ବିଳମ୍ବରେ ଉଡାଣ ଭରିଛି । ପ୍ରୋଟୋକଲ୍ ଅନୁସାରେ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଗକୁ କୁହୁଡ଼ି ଜାରି ରହିବ । ତେଣୁ ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+