ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ଦଳ ଭିତରେ ଉପେକ୍ଷା କରାଯାଉଥିଲା ଅଭିଯୋଗ

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ । ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ​ଚିଠିରେ ଦେବାଶିଷ ସାମନ୍ତରାୟ ନିଜର ଅସନ୍ତୋଷ ବ୍ୟକ୍ତ କରି ଅଭିଯୋଗ କରିଛନ୍ତି ଯେ, ଦଳ ଭିତରେ ତାଙ୍କୁ ସୁଚିନ୍ତିତ ଭାବେ ଉପେକ୍ଷା କରାଯାଉଥିଲା । ଦଳର କାର୍ଯ୍ୟକଳାପରୁ ତାଙ୍କୁ ଲାଗିଲା ଯେ, ଦଳକୁ ଆଉ ତାଙ୍କର ସେବା ଆବଶ୍ୟକ ନାହିଁ । ଇସ୍ତଫା ଦେବା ସତ୍ତ୍ୱେ, ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ଏବଂ କଟକ ଜିଲ୍ଲାର ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ୨୦୦୯ ଓ ୨୦୧୪ରେ ବାରବାଟୀ-କଟକର ବିଧାୟକ ଥିଲେ ଦେବାଶିଷ । ୨୦୨୪ରେ ବିଜେଡି ଦେବାଶିଷଙ୍କୁ ରାଜ୍ୟସଭା ପଠାଇଥିଲା ।

Debashisa Samantaray l

ପୂର୍ବରୁ ମଧ୍ୟ ଦୁଇ ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଏଥିସହ ପୁଣି ଥରେ ରାଜ୍ୟସଭା ଯାଇଥିଲେ । ବିଜେଡି ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ବିଜେପିରେ ଯୋଗ ଦେଇଥିଲେ । ବିଜେଡିର ଦୁଇଜଣ ପ୍ରମୁଖ ରାଜ୍ୟସଭା ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ନିଜ କାର୍ଯ୍ୟକାଳ ସରିବା ପୂର୍ବରୁ ଦଳ ଓ ସାଂସଦ ପଦରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହି ଘଟଣା ଓଡ଼ିଶା ରାଜନୀତିରେ ବହୁତ ଚର୍ଚ୍ଚିତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+