ଦୁଇ ମାସ ମଧ୍ୟରେ ଟିଏମ୍ସି ମୁଖ୍ୟାଳୟ ଖାଲି କରିବାକୁ ନୋଟିସ୍
ସଦ୍ୟ ସମାପ୍ତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ଏବଂ ରାଜ୍ୟରେ କ୍ଷମତା ହରାଇବା ପରେ ତୃଣମୂଳ କଂଗ୍ରେସର ସମସ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହି ପରିପ୍ରେକ୍ଷୀରେ ଜମି ମାଲିକ ଏବେ କୋଲକାତାର ଇଏମ୍ ବାଇପାସ୍ ପାର୍ଶ୍ୱରେ ଏକ ବହୁମହଲା କୋଠାରେ ଅବସ୍ଥିତ ତୃଣମୂଳ କଂଗ୍ରେସର ଅସ୍ଥାୟୀ ମୁଖ୍ୟାଳୟ ତୃଣମୂଳ ଭବନ ଖାଲି କରିବାକୁ ଦୁଇ ମାସର ଅଲଟିମେଟମ୍ ଜାରି କରାଯାଇଛି । କୋଲକାତାର ଏପି କେନାଲ ସାଉଥ୍ ରୋଡରେ ଅବସ୍ଥିତ କୋଠାର ମାଲିକ ମନୋତୋସ ସାହା ଓରଫ ମୋଣ୍ଟୁ ତୃଣମୂଳ ଭବନ ଖାଲି କରିବାକୁ ଦାବି କରି ଦଳୀୟ ନେତୃତ୍ୱକୁ ଏକ ନୋଟିସ୍ ପଠାଇଛନ୍ତି ।













Click it and Unblock the Notifications