Get Updates
Get notified of breaking news, exclusive insights, and must-see stories!

Cyclone Gulab Live Update in Odia: ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’

ମାଡି ଆସୁଛି ବାତ୍ୟା 'ଗୁଲାବ୍', ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ କରିବ ଲ୍ୟାଣ୍ଡଫଲ୍

Cyclone Gulab: ଗତ ଛଅ ମାସ ମଧ୍ୟରେ ଓଡିଶାର ଉପକୁଳରେ ଠକ୍ ଠକ୍ କଲାଣି ଆଉ ଏକ ବାତ୍ୟା । ବାତ୍ୟା ୟାସ୍ ପରେ ପରେ ପୁଣି ଓଡିଶାରେ ଦେଖାଦେଇଛି ଆଉ ଏକ ସାମୁଦ୍ରିକ ଝଡ଼ 'ଗୁଲାବ୍' । ଉତ୍ତର-ପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଏହି ସାମୁଦ୍ରିକ ଝଡ଼ 'ଗୁଲାବ' ଏବେ ଓଡିଶା ଉପକୁଳ ଆଡକୁ ମାଡ଼ି ଆସୁଛି ।

ତେବେ ବାତ୍ୟା 'ଗୁଲାବ୍' ର ଟିକିନିକି ଅପଡେଟ୍ ଜାଣିବା ପାଇଁ ଯୋଡି ହୋଇ ରହିଥାନ୍ତୁ 'ୱାନଇଣ୍ଡିଆ ଓଡିଆ' ସହ....

Cyclone Gulab Live Update

Sep 27, 2021, 1:11 pm IST

୨/୩ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ବାତ୍ୟା ‘ଗୁଲାବ’

ଆଉ ୨/୩ ଘଣ୍ଟା ମଧ୍ୟରେ ବାତ୍ୟା ଓଡ଼ିଶାରୁ ବିଦାୟ ନେବ । ବାତ୍ୟା ପ୍ରଭାବରେ କେଉଁଠି ଅଧିକ ପବନ ହୋଇଥିବାର ସୂଚନା ନାହିଁ । ବର୍ଷା, ପବନ ଯୋଗୁଁ ସେଭଳି କ୍ଷୟକ୍ଷତି ନେଇ ସୂଚନା ନାହିଁ । ମୋଟ ଉପରେ କିଛି ଅଘଟଣ ଘଟିନି କି, ବଡ଼ ସମସ୍ୟା ଆସିନି: ଏସ୍‌ଆରସି
Sep 27, 2021, 1:09 pm IST

ଦୁର୍ବଳ ହେଉଛି ବାତ୍ୟା ‘ଗୁଲାବ’: ଜାଣନ୍ତୁ, କେଉଁଠି ପଡିଲା କେତେ ପ୍ରଭାବ ?

ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ‘ଗୁଲାବ’। ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୪ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟାରେ ଏହା....
Sep 27, 2021, 12:41 pm IST

ବାତ୍ୟା ‘ଗୁଲାବ’ କୁ ନେଇ ଏସଆରସିଙ୍କ ପ୍ରେସମିଟ୍

ବାତ୍ୟା ‘ଗୁଲାବ’ କୁ ନେଇ ଏସଆରସିଙ୍କ ପ୍ରେସମିଟ୍
ବାତ୍ୟା ଗୁଲାବ ନେଇ ଏସଆରସିଙ୍କ ପ୍ରେସମିଟ୍ । ୨ରୁ ୩ ଘଣ୍ଟା ଭିତରେ ଓଡିଶା ଅତିକ୍ରମ କରିବ ଗୁଲାବ । ଏବେ ତୀବ୍ର ଅବପାତରେ ରହିଛି । ୨ ଘଣ୍ଟା ପରେ ଅବପାତରେ ପରିଣତ ହେବ । ରାଜ୍ୟର କୌଣସି ସ୍ଥାନରେ ବଡ ପବନ ହୋଇନି । ମାଲକାନଗିରି ଓ କୋରାପୁଟ ଜିଲ୍ଲାର ୨ଟି ବ୍ଲକରେ ଅଧିକ ବର୍ଷା ହୋଇଛି ।
Sep 27, 2021, 12:40 pm IST

ବାତ୍ୟା ‘ଗୁଲାବ’

ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ‘ଗୁଲାବ’। ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୪ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
Sep 27, 2021, 12:39 pm IST

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’
ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’
Sep 26, 2021, 10:00 pm IST

ପଢନ୍ତୁ, ଟଳିଲା ବାତ୍ୟା ବିପଦ...

ଓଡ଼ିଶାରୁ ଟଳିଲା ବାତ୍ୟା ବିପଦ । ଦକ୍ଷିଣ ଓଡ଼ିଶା ଉପକୂଳ-ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଗତି କରିଛି ବାତ୍ୟା ଗୁଲାବ । ଆସନ୍ତା ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ ବାତ୍ୟା ଗୁଲାବ ।
Sep 26, 2021, 9:49 pm IST

ବାତ୍ୟା ଗୁଲାବ ନେଇ ଏସଆରସିଙ୍କ ତାଜା ସୂଚନା

କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଗୁଲାବ । ଶ୍ରୀକାକୁଲମରେ ୭୦ କିମି ବେଗରେ ବୋହୁଛି ପବନ । ପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା ଗୁଲାବ ଓଡିଶାର କୌଣସି ଜିଲ୍ଲାରେ ନାହିଁ ବେଶି ପବନ । ରାତିରେ ଗଜପତି, କୋରାପୁଟ, ରାୟଗଡାରେ ହୋଇପାରେ ଅତିପ୍ରବଳ ବର୍ଷା ।
Sep 26, 2021, 9:49 pm IST

କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କଲା ବାତ୍ୟା 'ଗୁଲାବ'

ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବର କେନ୍ଦ୍ରସ୍ଥଳ । କଳିଙ୍ଗପଟ୍ଟନାମ ଉତ୍ତରରେ ବାତ୍ୟା ଅତିକ୍ରମ କରିଛି । ସାଢେ ୭ଟାରୁ ସାଢେ ୮ଟା ଭିତରେ ଅତିକ୍ରମ କରିଛି ବାତ୍ୟା । ଘଣ୍ଟା ପ୍ରତି ୯୪ କିମି ବେଗରେ ପବନ ବହିବା ରେକର୍ଡ ହୋଇଛି ।
Sep 26, 2021, 9:45 pm IST

କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କଲା ବାତ୍ୟା 'ଗୁଲାବ'

କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କଲା ବାତ୍ୟା 'ଗୁଲାବ'
କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କଲା ବାତ୍ୟା 'ଗୁଲାବ'
Sep 26, 2021, 8:14 pm IST

ପଢନ୍ତୁ, କେଉଁ ଜିଲ୍ଲାରେ କେତେ ପବନ ? କେତେ ବର୍ଷା ?

୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ । ପୂର୍ବରୁ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ବାତ୍ୟା ସ୍ଥଳଭାଗକୁ ମୁହାଁଉଥିବା ବେଳେ....
Sep 26, 2021, 8:12 pm IST

ବାତ୍ୟା ଗୁଲାବ୍ କୁ ନେଇ ଆକଳନ ସତ: ଏଚ୍ଆର୍ ବିଶ୍ୱାସ

ବାତ୍ୟା ଗୁଲାବ୍ କୁ ନେଇ ଆକଳନ ସତ ହେଲା ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ। ଆଉ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ। କଳିଙ୍ଗପଟନମ ନିକଟରେ ଲ୍ୟାଣ୍ଡଫଲ ହେବ। ଶ୍ରୀକାକୁଲମରେ ଘଣ୍ଟାକୁ ୫୦କିମି ବେଗରେ ପବନ ବହୁଛି। କଳିଙ୍ଗପଟନମଠାରୁ ୨୫ କିମି ଦୁରରେ ଉପକୂଳ ଅତିକ୍ରମ କରିବ ବୋଲି ସେ କହିଛନ୍ତି ।
Sep 26, 2021, 7:54 pm IST

ବାତ୍ୟା ଗୁଲାବର ବଡ ପ୍ରଭାବ ପଡି ନପାରେ: SRC

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟା ଗୁଲାବର ବଡ ପ୍ରଭାବ ପଡି ନପାରେ । ବର୍ତ୍ତମାନ ସୁଦ୍ଧା ୧୬ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୬ ଶହ ପ୍ରସ୍ତୁତି ଓ ବୃଦ୍ଧବୃଦ୍ଧାଙ୍କୁ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ କମ ବର୍ଷା ହୋଇଛି । ବର୍ଷା ଓ ପବନ ଅଧିକ ହୋଇନଥିବାରୁ ଲୋକେ ନିରାପଦ ସ୍ଥାନକୁ ଯିବାକୁ ଇଛାପ୍ରକାଶ କରିନାହାନ୍ତି ।
Sep 26, 2021, 7:51 pm IST

କେଉଁ ଜିଲ୍ଲାରେ କେତେ ପବନ ? କେତେ ବର୍ଷା ?

କେଉଁ ଜିଲ୍ଲାରେ କେତେ ପବନ ? କେତେ ବର୍ଷା ?
ବାତ୍ୟା ଗୁଲାବ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶରେ ବର୍ଷା ଆରମ୍ଭ ହୋଇଯାଇଛି । ପବନର ଗତି ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ସର୍ବାଧିକ ୯୫ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହୋଇପାରେ । ସମୁଦ୍ର ଆଶାନ୍ତ ହୋଇଉଠିଛି । ଗୋପାଳପୁର, ପୁରୀ, ପାରାଦୀପ ଓ ଧାମରାରେ ବିପଦ ସଙ୍କେତ ଦିଆଯାଇଛି । ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ଜାରି ରହିଛି ।
Sep 26, 2021, 7:43 pm IST

ବାଲିଗୁଡ଼ା

ବାଲିଗୁଡ଼ା
ବାଲିଗୁଡ଼ା:ବାତ୍ୟା ଗୁଲାବ୍‌କୁ ଦୃଷ୍ଟିରେ ରଖି ଦାରିଙ୍ଗିବାଡ଼ି-ସୋରଡ଼ା ରାସ୍ତା ସିଲ୍ କଲା ପ୍ରଶାସନ। ଗାଜଲବାଡ଼ି ଘାଟିରେ ଭୁସ୍କଳନ ହେବାର ସମ୍ଭାବନା ନେଇ ରାସ୍ତା ସିଲ୍ କରାଯାଇଥିବା ସୂଚନା ଦେଲେ ଦାରିଙ୍ଗବାଡି ବିଡ଼ିଓ।
Sep 26, 2021, 7:42 pm IST

3 ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା

ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ ଘଣ୍ଟା ଧରି ଚାଲିବ । ଏନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ଆଜି ରାତି ୯ଟାରୁ ୯ଟା ୩୦ ମଧ୍ୟରେ ସରିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । କଳିଙ୍ଗପଟ୍ଟନମଠାରୁ ୨୫ କିମି ଦୂରରେ ଟେକାଲି ଓ ମୋରିଗୁଡ଼ା ମଝିରେ ଲ୍ୟାଣ୍ଡଫଲ୍ କରିବ ଗୁଲାବ ।
Sep 26, 2021, 7:39 pm IST

ଆରମ୍ଭ ହୋଇଛି ଗୁଲାବ୍ ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା, କାଁ ଭାଁ ବର୍ଷା..

ଆରମ୍ଭ ହୋଇଛି ଗୁଲାବ୍ ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା, କାଁ ଭାଁ ବର୍ଷା..
ଆରମ୍ଭ ହୋଇଛି ଗୁଲାବ୍ ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା, କାଁ ଭାଁ ବର୍ଷା..
Sep 26, 2021, 5:36 pm IST

ଗୋପାଳପୁରଠାରୁ ୧୦୦ କିମି ଦୂରରେ ଓ କଳିଙ୍ଗପଟ୍ଟନମଠାରୁ ୧୦୫ କିମି ଦୂରରେ ରହିଛି ବାତ୍ୟା ଗୁଲାବ୍ ।
Sep 26, 2021, 5:36 pm IST

ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ ବୈଠକ

ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ ବୈଠକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା । ସମ୍ଭାବ୍ୟ ବାତ୍ୟା ସ୍ଥିତି ନେଇ ନବୀନଙ୍କ ସହ ମୋଦିଙ୍କ ଆଲୋଚନା । ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ । ସମସ୍ତଙ୍କ ନିରାପତ୍ତା ଓ ସୁରକ୍ଷା କାମନା କଲେ ପ୍ରଧାନମନ୍ତ୍ରୀ ମୋଦି ।
Sep 26, 2021, 5:34 pm IST

ଘଣ୍ଟାପ୍ରତି ୨୪ କିମି ବେଗରେ ଆସୁଛି ବାତ୍ୟା ଗୁଲାବ

ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । SRC ପ୍ରଦୀପ ଜେନାଙ୍କ ସୂଚନା । ଗୋପାଳପୁରଠାରୁ 100 କିଲୋମିଟର ଓ କଳିଙ୍ଗପାଟନମଠାରୁ 105 କିଲୋମିଟର ଦୂରରେ ବାତ୍ୟା । ଗତ ୩ ଘଣ୍ଟାରେ ୨୫ କିମି ବେଗରେ ଅଗ୍ରସର ହେଉଛି
Sep 26, 2021, 5:31 pm IST

ସଂଧ୍ୟା ୬ରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ସଂଧ୍ୟା ୬ରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
ସଂଧ୍ୟା ୬ରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
Sep 26, 2021, 3:32 pm IST

ଦେଖାଗଲା ବାତ୍ୟା ‘ଗୁଲାବ’ର ଆଖି

ଦେଖାଗଲା ବାତ୍ୟା ‘ଗୁଲାବ’ର ଆଖି
Sep 26, 2021, 3:31 pm IST

ଗୋପାଳ ପୁରରେ ବାତ୍ୟା ‘ଗୁଲାବ’ର ପ୍ରଭାବ

ଗୋପାଳ ପୁରରେ ବାତ୍ୟା ‘ଗୁଲାବ’ର ପ୍ରଭାବ
Sep 26, 2021, 3:30 pm IST

ଗୋପାଳପୁର ଠାରୁ ୧୧୦ କିମି ଦୂରରେ ବାତ୍ୟା ‘ଗୁଲାବ’

ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ’ଗୁଲାବ’ ଏବେ ପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୧୯ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ଗତି କରୁଛି ।
Sep 26, 2021, 3:30 pm IST

ଗୋପାଳପୁର ଠାରୁ ୧୧୦ କିମି ଦୂରରେ ବାତ୍ୟା ‘ଗୁଲାବ’

ଗୋପାଳପୁର ଠାରୁ ୧୧୦ କିମି ଦୂରରେ ବାତ୍ୟା ‘ଗୁଲାବ’
ଗୋପାଳପୁର ଠାରୁ ୧୧୦ କିମି ଦୂରରେ ବାତ୍ୟା ‘ଗୁଲାବ’
Sep 26, 2021, 2:36 pm IST

ଲୋକଙ୍କୁ କରାଯାଉଛି ସ୍ଥାନାନ୍ତରଣ: ଏସଆରସି

ଲୋକଙ୍କୁ କରାଯାଉଛି ସ୍ଥାନାନ୍ତରଣ: ଏସଆରସି
ତଳିଆ ଅଞ୍ଚଳ ଓ କଚ୍ଚା ଘରେ ଥିବା ଲୋକଙ୍କୁ କରାଯାଉଛି ସ୍ଥାନାନ୍ତରଣ: ଏସଆରସି ପ୍ରଦୀପ ଜେନା
Sep 26, 2021, 2:34 pm IST

ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ବନ୍ଦ ରହିବ ଶିକ୍ଷାନୁଷ୍ଠାନ
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ବର୍ଷା ହେଲେ ପିଲାମାନେ ଘରୁ ନ ବାହାରନ୍ତୁ । ସ୍କୁଲ ଆସନ୍ତୁ ନାହିଁ । ତେବେ ଆସନ୍ତାକାଲି ସକାଳର ପରିସ୍ଥିତି ଦେଖି ଜିଲ୍ଲାପାଳମାନଙ୍କୁ ସ୍କୁଲ ବନ୍ଦ ନିଷ୍ପତ୍ତି ନେବାକୁ କ୍ଷମତା ଦିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
Sep 26, 2021, 2:34 pm IST

ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂରେ ଥିବା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
Sep 26, 2021, 2:31 pm IST

ବାତ୍ୟା ପାଇଁ ବନ୍ଦ ରହିବ ୧୧ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ

ବାତ୍ୟା ‘ଗୁଲାବ’ ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ଦ ରହିବ ଶିକ୍ଷାନୁଷ୍ଠାନ । ଆସନ୍ତାକାଲି ପ୍ରଭାବିତ ସମସ୍ତ ୧୧ ଗୋଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ସମୟରେ ଜିଲ୍ଲାପାଳମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ।
Sep 26, 2021, 2:30 pm IST

ଜଳବନ୍ଦୀ ସ୍ଥିତି ଏଡ଼ାଇବାକୁ ଯନ୍ତ୍ରପାତି ଓ ପମ୍ପସେଟ୍ ପ୍ରସ୍ତୁତ ରଖିବାକୁ ଗୃହ ଓ ସହରାଞ୍ଚଳ ବିଭାଗ ନିର୍ଦ୍ଦେଶ ଦଇଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ କୁହାଯାଇଛି । ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବା ଆଶଙ୍କା ଥିବାରୁ ଡିଜି ସେଟ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ ।
Sep 26, 2021, 2:29 pm IST

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମଞ୍ଜୁର ହୋଇଥିବା ଛୁଟିକୁ ବାତିଲ୍ କରି ଦିଆଯାଇଛି ।
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+