Get Updates
Get notified of breaking news, exclusive insights, and must-see stories!

ଲ୍ୟାଣ୍ଡଫଲ କରୁଛି ବାତ୍ୟା ଗୁଲାବ୍: ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ ପବନ ? କେତେ ବର୍ଷା ?

ଆରମ୍ଭ ହୋଇଛି ଗୁଲାବ୍ ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲା ଆଇଏମ୍‌ଡି।

ଭୁବନେଶ୍ବର: ଆରମ୍ଭ ହୋଇଛି ଗୁଲାବ୍ ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସନ୍ଧ୍ୟା ୬ଟାରୁ 'ଗୁଲାବ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲା ଆଇଏମ୍‌ଡି।

୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା

ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ ଘଣ୍ଟା ଧରି ଚାଲିବ । ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆଜି ରାତି ୯ଟାରୁ ୯ଟା ୩୦ ମଧ୍ୟରେ ସରିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । କଳିଙ୍ଗପଟ୍ଟନମଠାରୁ ୨୫ କିମି ଦୂରରେ ଟେକାଲି ଓ ମୋରିଗୁଡ଼ା ମଝିରେ ଲ୍ୟାଣ୍ଡଫଲ୍ କରିବ ଗୁଲାବ ।

Cyclone Gulab Landfall

୩ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡଫଲ କଲା

୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ । ପୂର୍ବରୁ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ବାତ୍ୟା ସ୍ଥଳଭାଗକୁ ମୁହାଁଉଥିବା ବେଳେ ଏଥିରେ ପରିବର୍ତ୍ତନ ଘଟିଥିଲା । ବାତ୍ୟା ଗୁଲାବର ବେଗ ଘଣ୍ଟା ପ୍ରତି ବେଗ ୨୪ କିଲୋମିଟରକୁ ବୃଦ୍ଧି ପାଇବା ପରେ ଏହା ପୂର୍ବାନୁମାନ ସମୟ ଠାରୁ ୩ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡଫଲ୍ କରିଛି । ତେବେ ବାତ୍ୟାର କେନ୍ଦ୍ରସ୍ଥଳ, ଉପକୂଳ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ।

କେଉଁ ଜିଲ୍ଲାରେ କେତେ ପବନ ? କେତେ ବର୍ଷା ?

ବାତ୍ୟା ଗୁଲାବ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶରେ ବର୍ଷା ଆରମ୍ଭ ହୋଇଯାଇଛି । ପବନର ଗତି ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ସର୍ବାଧିକ ୯୫ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହୋଇପାରେ । ସମୁଦ୍ର ଆଶାନ୍ତ ହୋଇଉଠିଛି । ଗୋପାଳପୁର, ପୁରୀ, ପାରାଦୀପ ଓ ଧାମରାରେ ବିପଦ ସଙ୍କେତ ଦିଆଯାଇଛି । ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ଜାରି ରହିଛି ।


ବାତ୍ୟା ଗୁଲାବର ବଡ ପ୍ରଭାବ ପଡି ନପାରେ: SRC

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟା ଗୁଲାବର ବଡ ପ୍ରଭାବ ପଡି ନପାରେ । ବର୍ତ୍ତମାନ ସୁଦ୍ଧା ୧୬ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୬ ଶହ ପ୍ରସ୍ତୁତି ଓ ବୃଦ୍ଧବୃଦ୍ଧାଙ୍କୁ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ କମ ବର୍ଷା ହୋଇଛି । ବର୍ଷା ଓ ପବନ ଅଧିକ ହୋଇନଥିବାରୁ ଲୋକେ ନିରାପଦ ସ୍ଥାନକୁ ଯିବାକୁ ଇଛାପ୍ରକାଶ କରିନାହାନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+