ଦୁର୍ବଳ ହେଉଛି ବାତ୍ୟା ‘ଗୁଲାବ’: ଜାଣନ୍ତୁ, କେଉଁଠି ପଡିଲା କେତେ ପ୍ରଭାବ ?
ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ‘ଗୁଲାବ’। ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୪ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପ ପାଲଟି ଯିବାର ସମ୍ଭାବନା ଥିବା କହିଛି ଭାରତୀୟ ପାଣିପାଗ ବିଭାଗ କହିଛି।
ଭୁବନେଶ୍ୱର: ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା 'ଗୁଲାବ'। ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୪ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପ ପାଲଟି ଯିବାର ସମ୍ଭାବନା ଥିବା କହିଛି ଭାରତୀୟ ପାଣିପାଗ ବିଭାଗ କହିଛି। ବାତ୍ୟା 'ଗୁଲାବ' ଏବେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ।

ଏହା ପ୍ରଭାବରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ବାତ୍ୟା 'ଗୁଲାବ'ର ପ୍ରଭାବ ବିଶେଷ ଭାବେ ଓଡ଼ିଶା ଉପରେ ପଡ଼ିନାହିଁ। ହେଲେ ଗତକାଲି ରାତିଠୁ ରାଜ୍ୟରେ ବର୍ଷା ଲାଗି ରହିଛିା ଗଜପତି, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ ବର୍ଷା ହେଉଛି।
ବର୍ତ୍ତମାନର ପରିସ୍ଥିତିକୁ ଦେଖି ଆଜି ପାଇଁ ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଗଞ୍ଜାମ, କନ୍ଧମାଳ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ସରକାରୀ ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ସାମୁଦ୍ରିକ ବାତ୍ୟା 'ଗୁଲାବ୍' ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଉପକୂଳ ଅଞ୍ଚଳରେ ସ୍ଥଳଭାଗକୁ ପ୍ରବେଶ କରିଥିବା ସମୟରେ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜଣେ ବ୍ୟକ୍ତି ପାଣି ସୁଅରେ ଭାସିଯାଇଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଦୁଇଜଣ ଧୀବରଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି।
ବାତ୍ୟା 'ଗୁଲାବ' ର ପ୍ରଭାବ
ଗଜପତି ଜିଲ୍ଲାରେ ବାତ୍ୟା 'ଗୁଲାବ'ର ପ୍ରଭାବ ଦେଖିବାକୁ ମିଳିଛି । ରବିବାରଠାରୁ ବର୍ଷାସହ ପବନ ଲାଗିରହିଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ରବିବାର ରାତିରେ ମୋହନା ବ୍ଲକର ମାଣିକପୁରଠାରେ ବିଶାଳ ଗଛ ପଡିବା ଯୋଗୁଁ ମୋହନା-ପାରଳାଖେମୁଣ୍ଡି ମଧ୍ୟରେ ଯାତାୟାତ ଠପ୍ ହୋଇଥିଲା ।

ଅଗ୍ନିଶମ ବାହିନୀ ପହଞ୍ଚି ଗଛ ଗୁଡ଼ିକ କାଟି ରାସ୍ତା ଅବରୋଧ ହଟାଇଛନ୍ତି। ପ୍ରଶାସନର ପୂର୍ବ ପ୍ରସ୍ତୁତି ଅନୁସାରେ ମୋହନା ଓ ଆର.ଉଦୟଗିରି ବ୍ଲକ ପାହାଡ଼ିଆ ଅଞ୍ଚଳର ଗ୍ରାମବାସୀଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି।

ସେହିଭଳି ପିଣ୍ଡିକି ନିକଟରେ ଗଛ ପଡିଥିବା ବେଳେ ଲିଲିଗଡ଼ଠାରେ ମଧ୍ୟ ଗଛ ପଡି ମୋହନା-ବ୍ରହ୍ମପୁର ମଧ୍ୟରେ ରାସ୍ତା ଅବରୋଧ ହୋଇଛି । ଏଥିସହ ତଲାସିଙ୍ଗ ଗାଁ ନିକଟରେ ମଧ୍ୟ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ସେହିପରି ଆର. ଉଦୟଗିରି ବ୍ଲକ୍ ଚମ୍ପା ଘାଟିରେ ଗଛ ପଡି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା । ତେବେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଓ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟିବା ସହ ରାସ୍ତା ସ୍ଵାଭାବିକ କରିଛନ୍ତି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications