ଗତ 24 ଘଣ୍ଟାରେ ରାଜ୍ୟରେ 644 କରୋନା ଆକ୍ରାନ୍ତ ଚିହ୍ନଟ, 17 ମୃତ

ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା କମିବାର ନା ଧରୁନି | ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 644 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରୁ 369 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 275 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା କମିବାର ନା ଧରୁନି | ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 644 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରୁ 369 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 275 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ଲକ୍ଷ 16 ହଜାର 645ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି | କରୋନା ସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି ।

corona-virus

ଏହି ଟ୍ୱିଟର ସୂଚନା ଅନୁସାରେ କଟକରୁ ସର୍ବାଧିକ 64 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ନୂଆପଡ଼ାରୁ 36, ଖୋର୍ଦ୍ଧା ଜିଲ୍ଲାରେ 49, କେନ୍ଦୁଝରରୁ 42, ଅନୁଗୁଳରୁ 50, ବଲାଙ୍ଗୀରରୁ 32, ସୁନ୍ଦରଗଡ଼ରୁ 62, ମୟୁରଭଞ୍ଜରୁ 36 , କଳାହାଣ୍ଡିରୁ 35, ପୁରୀରୁ 29, ଯାଜପୁରରୁ 17, ଝାରସୁଗୁଡାରୁ 21, ସମ୍ବଲପୁରରୁ 15, ପୁରୀରୁ 16, କେନ୍ଦ୍ରାପଡ଼ାରୁ 27, ବରଗଡ଼ରୁ 19, ଭଦ୍ରକରୁ 11, ବାଲେଶ୍ୱରରୁ 11, ଜଗତସିଂପୁରରୁ 26, କୋରାପୁଟରୁ 10, ମାଲକାନାଗିରିରୁ 4, ନବରଙ୍ଗପୁରରୁ 11 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କନ୍ଧମାଳରୁ 1, ଢେଙ୍କାନାଳରୁ 5, ଗଞ୍ଜାମରୁ 18, ଦେବଗଡରୁ 2, , ନୟାଗଡ଼ରୁ 4, ରାୟଗଡାରୁ 4, ଗଜପତିିରୁ 2, ସୋନପୁରରୁ 2, ବୌଦ୍ଧରୁ 2 ଏବଂ ରାଜ୍ୟ ପୁଲରୁ 10 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 11 ହଜାର 788ରେ ପହଞ୍ଚିଛି |

ଅପରପକ୍ଷରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମୁନାହିଁ | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି 17 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ରାଜ୍ୟର 3ଲକ୍ଷ 8ହଜାର 102 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ଓଡ଼ିଶାରେ 6ହଜାର 786 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+