କରୋନା ସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ବୈଠକରେ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନେଇଥିବା ପଦକ୍ଷେପ ମାନ ବିଷୟରେ ଆଲୋଚନା କରାଯିବ | ଏଥି ସହିତ ଆସନ୍ତା ବର୍ଷ ଟିକାକରଣର ଆଶା ରହିଥିବାରୁ, ଏହାର ସୁପରିଚାଳନା କରି ସାଧାରଣ ଲୋକଙ୍କୁ ଟିକାକରଣ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି |

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ କରୋନା ପରିସ୍ଥିତିକୁ ନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରୁଛନ୍ତି | ପ୍ରଥମ ପର୍ଯ୍ୟାୟ ବୈଠକରେ ଦିଲ୍ଲୀ, ଗୁଜୁରାଟ, ହରିୟାଣା, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି | ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି ରହିଛି | ଏହି ଭାର୍ଚୁଆଲ ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଯୋଗ ଦେଇଛନ୍ତି |

ବୈଠକରେ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନେଇଥିବା ପଦକ୍ଷେପ ମାନ ବିଷୟରେ ଆଲୋଚନା କରାଯିବ | ଏଥି ସହିତ ଆସନ୍ତା ବର୍ଷ ଟିକାକରଣର ଆଶା ରହିଥିବାରୁ, ଏହାର ସୁପରିଚାଳନା କରି ସାଧାରଣ ଲୋକଙ୍କୁ ଟିକାକରଣ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି |

Narendra Modi-Meeting-CM

ନିକଟରେ ଅତୀତରେ ଶେଷ ହୋଇଥିବା ନିତି ଆୟୋଗ ବୈଠକରେ ଟିକାର ଜରୁରୀ ବ୍ୟବହାର ସହିତ ଆଗୁଆ ଅଧିଗ୍ରହଣ, ଟିକାର ମୂଲ୍ୟ ନିର୍ଦ୍ଧାରଣ ଆଦି ବିଷୟ ଆଲୋଚନା କରାଯାଇଥିଲା | ଏଥି ସହିତ ଫାଇଜର ଓ ମଡେର୍ଣ୍ଣା ଟିକାର ଜରୁରୀ ବ୍ୟବହାର ନିମନ୍ତେ ଆବେଦନ କରାଯାଇଛି | ତେଣୁ ଆସନ୍ତା ବର୍ଷ ଟିକା ଉପଲବ୍ଧି ନେଇ ଆଶା କରାଯାଉଛି |

ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆଶଙ୍କା କରାଯାଉଛି | ଗତ 24 ଘଣ୍ଟାରେ ଦେଶରେ ମୋଟ 44 ହଜାର 59 ଜଣ ସଂକ୍ରମିତ ହୋଇଥିବା ବେଳେ 511 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+