Get Updates
Get notified of breaking news, exclusive insights, and must-see stories!

ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ ପ୍ରଭାବ, ଝାରସୁଗୁଡ଼ାରେ ୬ ଡ଼ିଗ୍ରୀ ଛୁଇଁଲା ପାରଦ

ଖସିଲା ପାରଦ, ବଢିଲା ଶୀତ। ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଝାରସୁଗୁଡ଼ାରେ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୯.୪ ଡିଗ୍ରି, ଚାନ୍ଦବାଲିରେ ୧୨.୨, ପାରାଦୀପରେ ୧୨.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ପାରଦ ରହିଛି ୧୨.୪ ଡିଗ୍ରି ସେଲସିୟସ୍ ।

Jharsuguda

ମଝିରେ ମାତ୍ର ୨ ଦିନ ଶୀତ ଲହରିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା । ପୁଣିଥରେ ଏବେ ଜାଡ଼ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାରା ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଶୀତ ବସ୍ତ୍ର ଦିନ ସାରା ଦେହରେ ରହୁଛି । ପାଣିକୁ ହାତ ମାରିବାକୁ ଡ଼ର ଲାଗୁଛି । ସତେ ଯେମିତି ପାରି ବରଫ ପାଲଟିଛି। କେବେ ସରିବ ଏ ଶୀତ ଏହି କଥା ଏବେ ସମସ୍ତିଙ୍କ ମୁହଁରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+