ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ଔଷଧର ପ୍ରୟୋଗ ଯୋଗୁଁ ମାଟି କ୍ରମାଗତ ବିଷାକ୍ତ ହୋଇପଡୁଛି। ମୃର୍ତ୍ତିକା ସ୍ବାସ୍ଥ୍ୟକୁ ଉନ୍ନତ କରିବା ଲାଗି ଚାଷୀମାନେ ଅଧିକରୁ ଅଧିକ ପ୍ରାକୃତିକ ଓ ଜୈବିକ ଚାଷ କରିବା ଲାଗି ପରାମର୍ଶ ​‌େ​‌ଦଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ବାରା କେବଳ ମୃର୍ତ୍ତିକା ସୁସ୍ଥ ରହିବନାହିଁ; ବରଂ ଜୈବିକ ଚାଷରୁ ଉତ୍ପାଦିତ ଫସଲ ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖିବ।

CM

ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ 'ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ-୨୦୨୬'ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୂର୍ବ ଭାରତରେ କୃଷିର ଭବିଷ୍ୟତ ଓ ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ଏକ ବ୍ୟାପକ ରୋଡ୍‌ମ୍ୟାପ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ରାଜ୍ୟ ସରକାରଙ୍କ କ୍ରାନ୍ତିକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି।
କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏଥିରେ ଯୋଗଦେଇ ଓଡ଼ିଶାର ଚାଷୀ ଓ କୃଷି ବିକାଶର ଭୂୟସୀ ପ୍ରଶଂସା କରି କହିଥିଲେ, ଚଳିତବର୍ଷ ଧାନ କ୍ରୟ କ୍ଷେତ୍ରରେ ଓଡ଼ିଶା ସରକାର ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଏହି ଅଞ୍ଚଳର ଚାଷୀଙ୍କ ବିକାଶ ପାଇଁ ନିଶ୍ଚିତ ରୂପେ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ବର୍ତ୍ତମାନର ବିଶ୍ବସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କୃଷକ ନିଜ ଚାଷ ଜମିର ଅତିକମ୍‌ରେ ପାଞ୍ଚ ଭାଗରୁ ଭାଗେ ଜମିରେ ନିଶ୍ଚିତ ଭାବେ ପ୍ରାକୃତିକ ଚାଷ କରିବା ଆବଶ୍ୟକ। ଏହାଦ୍ୱାରା ରାସାୟନିକ ସାରର ଆବଶ୍ୟକତା ଧୀରେ ଧୀରେ ହ୍ରାସ ପାଇବ ଏବଂ ମାଟିର ଉର୍ବରତା ବଜାୟ ରହିବ। ଏଥିସହ ନକଲି ସାର ଓ କୀଟନାଶକ କାରବାର କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ର ସରକାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବେ। ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ଏକ ନୂଆ ପେଷ୍ଟିସାଇଡ୍ ଆକ୍ଟ ବା କୀଟନାଶକ ଆଇନ ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+