ଆସନ୍ତାକାଲି ପ୍ରକାଶ ପାଇବ +2 କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଅପରାହ୍ନ 4 ଟାରେ ପ୍ରକାଶ ପାଇବ ଫଳାଫଳ । ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମେ ମାଧ୍ୟମିକ ଶିକ୍ଷା ପରିଷଦ ବୁକଲେଟ୍ ଜାରି କରିବା ପରେ ୱେବସାଇଟରେ ମାର୍କ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ orissaresults.nic.in କିମ୍ବା chseodisha.nic.in ୱେବସାଇଟ୍ ରେ ପରୀକ୍ଷା ଫଳ ଜାଣିପାରିବେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଯୁକ୍ତ-2 ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇସାରିଛି । ଗତ ମାସ 31 ତାରିଖରେ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଥିଲା । ଚଳିତ ବର୍ଷ କଳା, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ 3.5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ । କଳା ବିଭାଗରେ ସର୍ବାଧିକ 2 ଲକ୍ଷ 33 ହଜାର 855 ଜଣ ଛାତ୍ରଛାତ୍ରୀ ଥିଲେ ।
ପ୍ରଥମ ପର୍ଯ୍ୟାୟ ଖାତାଦେଖା ଅପ୍ରେଲ 10 ରୁ ଆରମ୍ଭ ହୋଇ 22 ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ଅପ୍ରେଲ 25 ରୁ ମେ' 5 ପର୍ଯ୍ୟନ୍ତ ଚାଲିଥିଲା । ଉଭୟ ଅନଲାଇନ୍ ଓ ଅଫଲାଇନରେ ଖାତା ମୂଲ୍ୟାଙ୍କନ କରଯାଇଥିଲା ।












Click it and Unblock the Notifications