Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀ ଉଠେଇଲେ ଦୁର୍ନୀତି ପ୍ରସଙ୍ଗ, ନୂଆ ନିଯୁକ୍ତି ପତ୍ର ବାଣ୍ଟିଲା ବେଳେ ଦେଲେ ପରାମର୍ଶ

ନବନିଯୁକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ। ରାଜ୍ୟରେ ସରକାରୀ ଅଧିକାରୀମାନେ କରୁଥିବା ଦୁର୍ନୀତିକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭିଜିଲାନ୍ସ ଚଢାଉରେ ଧରାପଡିଥିବା ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଉଦାହରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଆଡିସିନାଲ ତହସିଲଦାର ୭୫ ଲକ୍ଷ ଟଙ୍କା ଖଟରେ ସାଇତିକି ରଖିଥିଲେ । ସରକାରୀ ଅଧିକାରୀ ମାନଙ୍କଠାରୁ ପୁଳା ପୁଳା ପ୍ଲଟ, ଟଙ୍କା ଓ ସୁନା ବାହାରୁଛି। ରାଜ୍ୟରେ ଦୁର୍ନୀତି ନିବାରଣ ସଂସ୍ଥା ଜୋରସୋରରେ କାମ କରୁଛି। ଯେଉଁମାନେ ଆଜି ନୂଆ ନିଯୁକ୍ତି ପାଉଛନ୍ତି ସେମାନେ ଦୁର୍ନୀତି କରି ଟିଭି ଆଉ ଖବରରେ ନ ଆସନ୍ତୁ। ଦୁର୍ନୀତି ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି। ଏଭଳି କହି ନୂଆ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

mohan majhi

ସୂଚନାଯୋଗ୍ୟ ଯେ, ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାବୁ, ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଚଢ଼ାଉ ବେଳେ ୬ଲକ୍ଷ ୨୦ହଜାର ଟଙ୍କା ନଗଦ ଏବଂ ଶହେ ଗ୍ରାମରୁ ଅଧିକ ସୁନା ଜବତ କରାଯାଇଛି। ବଡ଼ କଥା ହେଉଛି ତାଙ୍କ ଶ୍ବଶୁର ଘରୁ ନଗଦ ୭୫ଲକ୍ଷ ଟଙ୍କା ଜବତ କରାଯାଇଛି। ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସର ବିଭିନ୍ନ ଟିମ୍ ପକ୍ଷରୁ ଚାଲିଛି ଚଢ଼ାଉ। ବିଭିନ୍ନ ସ୍ଥାନରେ ଠାବ ହୋଇଛି ବାବୁଙ୍କର ବହୁତଳ ଅଟ୍ଟାଳିକା। ୬ଲକ୍ଷ ୨୦ହଜାର ଟଙ୍କା ନଗଦ ଏବଂ ଶହେ ଗ୍ରାମରୁ ଅଧିକ ସୁନା ଜବତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+