Get Updates
Get notified of breaking news, exclusive insights, and must-see stories!

ହାଇଦ୍ରାବାଦ ସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଷ୍ଟାଚୁ ଅଫ ଇକ୍ୟୁଆଲିଟି ବୁଲିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାଇଦ୍ରାବାଦରେ ଅବସ୍ଥିତ ଷ୍ଟାଚୁ ଅଫ ଇକ୍ୟୁଆଲିଟି ପରିଦର୍ଶନ କରି ଜଗଦଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପରିଦର୍ଶନ ସମୟରେ ପ୍ରତିନିଧି ଦଳ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଚିନ୍ନ ଶ୍ରୀମନ୍ତ ନାରାୟଣ ରାମାନୁଜ ଜୀୟର ସ୍ୱାମୀଜୀଙ୍କୁ ଭେଟିଥିଲେ ।

Mohan Charan Majhi

ତାଙ୍କ ସହ ଭାରତର ଆଧ୍ୟାତ୍ମିକ ପରମ୍ପରା ଏବଂ ରାମାନୁଜାଚାର୍ଯ୍ୟଙ୍କ ଉପଦେଶଗୁଡ଼ିକର ସମକାଳୀନ ସମାଜରେ ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ସ୍ୱାମୀଜୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ଏବଂ ଓଡ଼ିଶାର ଲୋକମାନଙ୍କର ଶାନ୍ତି, ଉନ୍ନତି ଏବଂ ସମୃଦ୍ଧି ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ପରିଦର୍ଶନର ଏକ ଅଂଶ ଭାବରେ ମୁଖ୍ୟମନ୍ତ୍ରୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଅହୋବିଲ ରାମାନୁଜ ଜୀୟର ସ୍ୱାମୀଜୀଙ୍କ ଦ୍ୱାରା ରଚିତ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଉପରେ ଓଡ଼ିଆ ଭଜନଟି ଉନ୍ମୋଚନ କରିଥିଲେ ।

ଗସ୍ତ ସମୟରେ ଏହି ପ୍ରତିନିଧିମଣ୍ଡଳୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଚିନ୍ନା ଶ୍ରୀମନ୍ତ ନାରାୟଣ ରାମାନୁଜ ଜିୟାର ସ୍ବାମୀଜୀଙ୍କୁ ଭେଟିବା ସହ ଭାରତୀୟ ଆଧ୍ୟାତ୍ମିକ ପରମ୍ପରା, ଅନ୍ତର୍ଭୁକ୍ତ ଦର୍ଶନ ଓ ସମସାମୟିକ ସମାଜରେ ରାମାନୁଜାଚାର୍ଯ୍ୟଙ୍କ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ। ସ୍ବାମୀଜୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଓଡ଼ିଶା ଲୋକଙ୍କ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଶୁଭକାମନା ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତ୍ରିଦଣ୍ଡି ଅହୋବିଲା ରାମାନୁଜ ଜିୟାର ସ୍ବାମୀଜୀଙ୍କ ଦ୍ବାରା ରଚିତ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଉପରେ ପର୍ଯ୍ୟବସିତ ଓଡ଼ିଆ ଭଜନକୁ ଉନ୍ମୋଚନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି କେବଳ ଭାରତୀୟ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ ନୁହେଁ ବରଂ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଦ୍ବାରା ପ୍ରଦତ୍ତ ସାମାଜିକ ନ୍ୟାୟ, ମାନବିକ ମର୍ଯ୍ୟାଦାର କାଳଜୟୀ ମୂଲ୍ୟବୋଧକୁ ସ୍ମରଣ କରିଥାଏ। ଏହି ମୂଲ୍ୟବୋଧ ଓଡ଼ିଶାର ବିକାଶ, ସାମାଜିକ ସମନ୍ବୟ ଓ ‌ଲୋକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ମାର୍ଗଦର୍ଶନ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+