ଚାନ୍ଦବାଲି ଲଜ୍ଜା: ୧୦ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
୧୦ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପୀଡ଼ିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ଦିଆଯିବ ଅନୁକମ୍ପା ରାଶି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନିର୍ଦ୍ଦେଶ । ତଦନ୍ତ କରି ଦୋଷୀକୁ କଠୋରରୁ ଅତି କଠୋର ଦଣ୍ଡବିଧାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭଦ୍ରକ ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ କରିଛି ପୁଲିସ । ଘଟଣାକୁ ନେଇ ଚାନ୍ଦବାଲିରେ ରାସ୍ତାରୋକ ଓ ଉତ୍ତେଜନା ଦେଖା ଦେଇଛି । ଗାଁରେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉତ୍ତେଜନାକୁ ଦେଖି ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।












Click it and Unblock the Notifications