୭ଟି ବିଭାଗର ୧୦ ପ୍ରସ୍ତାବକୁ କ୍ୟାବିନେଟ ମୋହର
୭ଟି ବିଭାଗର ୧୦ଟି ବଡ଼ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ଆରମ୍ଭ ହେବ ଐତିହ୍ୟ ଗ୍ରାମ ଯୋଜନା। ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୬ ବରପୁତ୍ରଙ୍କ ଗାଁ ସାମିଲ ହେବ। ପ୍ରତି ବରପୁତ୍ରଙ୍କ ଗାଁର ବିକାଶ ପାଇଁ ଖର୍ଚ୍ଚ ହେବ ୧୫ କୋଟି। ମୋଟ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚରେ ସଂଗ୍ରହାଳୟ, ପାଠାଗାର ଓ ପ୍ରତିମୂର୍ତ୍ତି ଇତ୍ୟାଦି କରାଯିବ।

୧୦ ପ୍ରସ୍ତାବକୁ କ୍ୟାବିନେଟ ମୋହର
ରାଜ୍ୟରେ ଆରମ୍ଭ ହେବ ଐତିହ୍ୟ ଗ୍ରାମ ଯୋଜନା
୨୬ ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ
ପ୍ରତି ବରପୁତ୍ରଙ୍କ ଗାଁର ବିକାଶ ପାଇଁ ଖର୍ଚ୍ଚ ହେବ ୧୫ କୋଟି ସହ ୩୪୫ କୋଟି ଖର୍ଚ୍ଚ ହେବ
ଏହି ଖର୍ଚ୍ଚରେ ସଂଗ୍ରହାଳୟ, ପାଠାଗାର ସହ ପ୍ରତିମୂର୍ତ୍ତି କରାଯିବ
ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାରେ ସ୍ମାର୍ଟ ମିଟର ସ୍ଥାପନ କରାଯିବ
୨ କିଲୋୱାଟ ପର୍ଯ୍ୟନ୍ତ ୮୭% ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ
ସ୍ମାର୍ଟ ମିଟର ପାଇଁ ଉପଭୋକ୍ତାଙ୍କୁ ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡିବ ନାହିଁ
୨,୬୩,୮୦୧ ହେକ୍ଟର ଜମିର ଜଳସେଚନ ପାଇଁ ବ୍ୟବସ୍ଥା କରାଯିବ
ରାଜ୍ୟ ସରକାର ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି
ପାର୍ବତୀଗିରି ବୃହତ୍ ଉଠାଜଳସେଚନ ଯୋଜନା ପ୍ରଣୟନ କରିଛନ୍ତି
ଏହି ଯୋଜନାରେ ୪ଟି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ହେବ
ପ୍ରସ୍ତାବିତ ଉତ୍କର୍ଷ ଯୋଜନାରେ ୫ଟି ସରକାରୀ ଆଇଟିଆଇର ବିକାଶ ହେବ
ଅତ୍ୟାଧୁନିକ ଲ୍ୟାବ୍, ସ୍ମାର୍ଟ କ୍ଲାସ୍ରୁମ୍, ଡିଜିଟାଲ୍ ଶିକ୍ଷାସ୍ଥାନ ଏବଂ ଉପକରଣଗୁଡ଼ିକର ପୁନଃନିର୍ମାଣ ହେବ












Click it and Unblock the Notifications