ବିଜେପି କୁ ବିଜେଡ଼ିର ଜବାବ; ୟୁପି, ଗୁଜୁରାଟ ଅପେକ୍ଷା ଓଡ଼ିଶାର ଆଇନଶୃଙ୍ଖଳା ବହୁତ ଭଲ

ଭୁବନେଶ୍ୱର: 23 ବର୍ଷ ଶାସନରେ ରହିବା ପରେ ବି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଓ କେନ୍ଦ୍ର ସରକାରଙ୍କ ହିତାକାଂକ୍ଷୀ ଯୋଜନା ଲୋକଙ୍କ ପାଖରେ ନ ପହଞ୍ଚୁଥିବା ନେଇ ଅଭିଯୋଗ କରି ବିଜେଡ଼ିକୁ ଟାର୍ଗେଟ୍ କରିଛି ବିଜେପି । 2024 ନିର୍ବାଚନରେ ବିଜେଡ଼ି ମୁକ୍ତ ଓଡ଼ିଶା କରିବାକୁ ଆହ୍ୱାନ ଦେଇଛି ବିଜେପି ।
ଏହାର ଜବାବ୍ ଦେଇଛି ଶାସକ ବିଜେଡ଼ି । ବିଜେଡି ମୁକ୍ତ ଓଡ଼ିଶା ଗଠନ ନେଇ ବିଜେପିର ଆହ୍ୱାନ ଉପରେ ପ୍ରତିକ୍ରିୟା ରଖି ଦଳର ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଭାରତବର୍ଷରେ ଲୋକେ ଦରଦାମ ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି । ସମଗ୍ର ଭାରତର ଲୋକେ ଚିନ୍ତା କଲେଣି କେମିତି ବିଜେପି ମୁକ୍ତ ଭାରତ ଗଠନ କରିବେ ।
ଏପରିକି କର୍ଣ୍ଣାଟକ ପ୍ରଭାବ ଦେଶର ଅନ୍ୟ ରାଜ୍ୟରେ ବି ଆଗକୁ ପଡ଼ିପାରେ । ସେ କେଉଁ ମୁକ୍ତ କରିବା କଥା କହୁଛନ୍ତି । ସାଧାରଣ ଲୋକଙ୍କ ପାଖକୁ ଯାଆନ୍ତୁ ଜବାବ ପାଇଯିବେ । 9 ବର୍ଷ ମଧ୍ୟରେ କିଛି ବି ଭଲ କାମ କରି ନାହାଁନ୍ତି, କେବଳ ମିଛ କଥା କହିଛନ୍ତି । କୁଆଡେ ଗଲା କଳା ଟଙ୍କା ଆଣି ଲୋକଙ୍କ ଖାତାରେ ଦେବା କଥା, କୁଆଡେ ଗଲା ଦରଦାମ ନିୟନ୍ତ୍ରଣ ପ୍ରତିଶ୍ରୁତି । କି ଆଚ୍ଛା ଦିନ ଆସିଲା । କେବଳ ପୁଞ୍ଜିପତିମାନଙ୍କର ଆଚ୍ଛା ଦିନ ଆଣିଲେ । ଆଗକୁ ଦେଶ ବିଜେପି ମୁକ୍ତ ହେବ ।
ସେ ଆହୁରି କହିଛନ୍ତି, ଓଡ଼ିଶାର ଆଇନଶୃଙ୍ଖଳା କଥା କହିବା ପୂର୍ବରୁ ସେମାନେ ଗୁଜରାଟ, ୟୁପି ଆଉ ଦିଲ୍ଲୀ କଥା ଦେଖନ୍ତୁ । ଦିଲ୍ଲୀ, ୟୁପି ଓ ଗୁଜୁରାଟଠୁ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ବହୁତ ଭଲ ଅଛି ।












Click it and Unblock the Notifications