'ବିଜେଡ଼ି ମୁକ୍ତ ଓଡ଼ିଶା ଲକ୍ଷ୍ୟରେ ବିଜେପି', ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ସାଧାରଣ ନିର୍ବାଚନକୁ ରହିଲା ଆଉ ଏକ ବର୍ଷରୁ କମ୍ ସମୟ । ଏହା ପୂର୍ବରୁ ସକ୍ରିୟ ହୋଇ ଉଠିଛି ବିଜେପି । ଘନଘନ ବୈଠକ କରିବା ସହ 2024 ନିର୍ବାଚନ ପାଇଁ କରୁଛି ରଣନୀତି । ଏହି ସମୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।
ରାଜ୍ୟରେ 23 ବର୍ଷ ଧରି ଶାସନ ଗାଦିରେ ବସିଥିବା ଅପାରଗ ସରକାରଙ୍କ ଯୋଗୁଁ ଗରିବଙ୍କ ପାଇଁ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନି ବୋଲି କହିଛନ୍ତି ଲେଖାଶ୍ରୀ । ସେ କହିଛନ୍ତି, ପକ୍କା ଘର, ପିଇବା ପାଣି, ରୋଜଗାର ପାଇଁ କେନ୍ଦ୍ର ଯୋଜନା କରୁଛି । କିନ୍ତୁ ଓଡ଼ିଶାରେ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ।
ଏହା ସହିତ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ସ୍ପଷ୍ଟ ଦିବାଲୋକରେ ନବ ଦାସ ହତ୍ୟା ଘଟଣାକୁ 4 ମାସ ପୁରିଥିଲେ ବି ଏହାର ଗୁମର ଫିଟି ନ ଥିବା ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଲେଖାଶ୍ରୀ । ଏପରିକି ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବିଦ୍ୟୁତ୍ କାଟ କୁ ନେଇ ବର୍ଷିଛି ବିଜେପି ।
ସେ ଆହୁରି କହିଛନ୍ତି, ମହିଳା ନିର୍ଯାତନାରେ ଓଡ଼ିଶା ଏକ ନମ୍ବର । ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଏବଂ ଶଶିଭୂଷଣ ବେହେରାଙ୍କ ଘରୋଇ କଳହ, ମହାନଦୀ ବିବାଦରେ ରାଜ୍ୟ ସରକାର ବ୍ୟାକଫୁଟରେ ରହିବା, ମହାପ୍ରଭୁଙ୍କ ନୀତି ବିଭ୍ରାଟ, ଶ୍ରୀ ମନ୍ଦିର ଫାଇଲ ଚୋରି, କୁପୋଷଣ ବଢୁଥିବା ଘଟଣା ଚିନ୍ତାର ବିଷୟ । ଏଣେ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଲାଗୁ ହୋଇପାରୁନାହିଁ ।
5 - ଟି ରୂପାନ୍ତରଣ ନାଁ ଦୁର୍ନୀତି, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଛି । ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା, ସୀମା ସୁରକ୍ଷାରେ ରାଜ୍ୟ ସରକାର ବିଫଳ, ଜାଗା ମିଶନ, ଚିଟଫଣ୍ଡ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ ରାଜ୍ୟ ସରକାରକୁ ଘେରିବ ବିଜେପି ।
ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ କହିଛନ୍ତି, ଓଡ଼ିଶାର ଏକ କୋଟି ପରିବାର ପାଖରେ ପହଞ୍ଚିବ ବିଜେପି । କେନ୍ଦ୍ରର ସଫଳତା ଏବଂ ରାଜ୍ୟର ବିଫଳତା କଥା କହିବ । ବିଜେଡି ମୁକ୍ତ ଓଡ଼ିଶା ଗଠନ କରିବା ଲକ୍ଷ୍ୟରେ ରହିଛି ବିଜେପି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ












Click it and Unblock the Notifications