Get Updates
Get notified of breaking news, exclusive insights, and must-see stories!

ଲେନିନଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ କଲେ ଅରବିନ୍ଦ, କହିଲେ ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ପ୍ରମାଣ ଦିଅନ୍ତୁ

ବିଜେଡିରୁ ନିଲମ୍ୱନ ପରେ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର । ବିଶେଷ କରି ଲେନିନ୍ ମହାନ୍ତିଙ୍କ ରିଆକ୍ସନର ସେ ଦେଇଛନ୍ତି ପ୍ରତିକ୍ରିୟା । କହିଲେ ବିଜେଡି ମୁଖପାତ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଉଛି । ଖାଲି ଅଭିଯୋଗ କଲେ କଣ ହେବ ପ୍ରମାଣ କରିପାରିବେନି । ମୁଁ କୌଣସି ଦଳବିରୋଧୀ କାର୍ଯ୍ୟରେ ସଂପୃକ୍ତ ନାହିଁ । ମୋତେ ଦଳ ବୁଝାଉ କ'ଣ ମୁଁ ମିଡ ଡେ ଅପରେସନ କରିଛି ।

arbind mahapatra

ଅରବିନ୍ଦ ଆହୁରି କହିଛନ୍ତି ଭୁଲ ଭୁଲେୟା କାହାଣୀ କୁହନ୍ତୁନି । ଯଦି ଅଭିଯୋଗ ଅଛି ତଥ୍ୟ ସହିତ କୁହନ୍ତୁ' । 'କାହା ସହ କେଉଁଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ' ।ତାଙ୍କ କହିବା କଥା 'ମୁଁ ଏବେ ରାଜନୀତି ଜୀବନ ଆରମ୍ଭ କରୁଛି। ପୂର୍ବରୁ ମୋର ରାଜନୀତି ସହ କୌଣସି ସମ୍ପର୍କ ନଥିଲା। ସନାତନ ମହାକୁଡ଼ଙ୍କ ସହ ମୋର କେବେ ଦେଖା ହୋଇନି। ଦଳ କହିଲେ ସ୍ପଷ୍ଟ ଭାବେ ମୁଁ ତାର ପ୍ରତିକ୍ରିୟା ଦେବି।

କେତେବେଳେ ଷଡ଼ଯନ୍ତ୍ର ଓ ଦୁର୍ନୀତି କଥା କହୁଛନ୍ତି, ଆଉ କେତେବେଳେ ଦଳ ବିରୋଧୀ କଥା କହୁଛନ୍ତି। ଏତେ ଅଭିଯୋଗ କରୁଛନ୍ତି, ତାର ପ୍ରମାଣ ଦିଅନ୍ତୁ। ମୋ ଉପରେ ଆଣିଥିବା ଅଭିଯୋଗ ଭିତ୍ତିହୀନ।'ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରତିକ୍ରିୟାକୁ ନେଇ ଅରବିନ୍ଦ ଉତ୍ତର ରଖିଛନ୍ତି। ଲେନିନଙ୍କ ମିଡ୍ ଡେ ଅପରେସନକୁ ଏଡାଇଛନ୍ତି। ସେ କହିଛନ୍ତି ଯେ, ମିଡ୍ ଡେ ଅପରେସନ କଣ ମୁଁ ଜାଣିନି।

ଅଭିଯୋଗର ତଥ୍ୟ ପ୍ରମାଣ ଦିଅନ୍ତୁ। କାହା ସହ କେଉଁ ଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ। ସନାତନଙ୍କ ସହ କେବଳ ବିଧାନସଭାରେ ଦେଖା ହୋଇଛି। ଖୁବ୍ କମ୍ ସମୟ ସନାଙ୍କ ସହ ଦେଖା ହୋଇଛି। ଅନ୍ୟ ବିଧାୟକଙ୍କ ଭଳି ଭୋଜି ବି କରିନି। କଣ ଫଟୋ ଭିଡିଓ ରଖିଛନ୍ତି... ପ୍ରମାଣ ଦେଖାନ୍ତୁ। ଅଯଥାରେ ବାପାଙ୍କୁ ଏଥିରେ ନଟାଣନ୍ତୁ। ତାଙ୍କର ଏଥିରେ କୌଣସି ଭୂମିକା ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+