ରାଜ୍ୟସଭା ନିର୍ବାଚନ: ପୁଣି ରିପିଟ୍ ହେବ ଅଶ୍ୱିନୀ, ଦୁଇ ଦିନିଆ ଓଡ଼ିଶା ଗସ୍ତକୁ ନେଇ ଜୋର୍ ଧରିଲା ଚର୍ଚ୍ଚା
ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ ଖାଲି ହେଉଥିବା ତିନି ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ିର 2 ପ୍ରାର୍ଥୀ ଆଜି ନାମାଙ୍କନ ଭରି ସାରିଛନ୍ତି । ଏହା ପରେ ତୃତୀୟ ପ୍ରାର୍ଥୀ କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଦେବାଶିଷ, ଶୁଭାଶିଷଙ୍କ ସହ ଓଡିଶାରୁ କିଏ ଯିବେ ରାଜ୍ୟସଭା ? ବିଜେଡି ଏହାର ତୃତୀୟ ପ୍ରାର୍ଥୀ ଦେବ ନା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ରେଳମନ୍ତ୍ରୀ ପୁଣି ରାଜ୍ୟସଭାକୁ ରିପିଟ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଲାଣି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୁଣି ରିପିଟ୍ କରାଯାଇପାରେ କୁହାଯାଉଥିବା ବେଳେ ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଯାହାକି ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଗୁରୁବାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାରୁ ଅଶ୍ୱିନୀ ବୈଷ୍ଣବଙ୍କ ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତ ଏହି ଚର୍ଚ୍ଚାକୁ ବଢାଇ ଦେଇଛି ।
ଏହା ପରେ କୁହାଯାଉଛି ରାଜ୍ୟସଭା ପାଇଁ ଓଡିଶାରୁ ଅଶ୍ୱିନୀ ବୈଷ୍ଣବ ତୃତୀୟ ପ୍ରାର୍ଥୀ ହେଇପାରନ୍ତି । ପୂର୍ବଥର ଭଳି ବିଜେଡି ସମର୍ଥନରେ ସେ ସଂସଦକୁ ଯାଇପାରନ୍ତି । ଆସନ୍ତାକାଲି ଓଡିଶା ଆସିବା ପରେ ସେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି । ତେବେ ଯଦି ଅଶ୍ୱିନୀ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ନକରନ୍ତି, ତେବେ ଓଡିଶାରୁ ତୃତୀୟ ଚେହେରା କିଏ ହେବ, ତାଏବେ ବି ସସପେନ୍ସ ଭିତରେ ରହିଛି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications