ଏୟାରଲିଫ୍ଟ ହେବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର 41 ଶ୍ରମିକ
ଉତ୍ତରାଖଣ୍ଡ: ଉତ୍ତରକାଶୀ ଟନେଲରୁ ଉଦ୍ଧାର 41 ଶ୍ରମିକଙ୍କୁ କରାଯିବ ଏୟାରଲିଫ୍ଟ । ଭାରତୀୟ ବାୟୁ ସେନାର ବିମାନ ଚିନୁକ୍ ହେଲିକପ୍ଟର ଯୋଗେ ସମସ୍ତଙ୍କୁ ଏୟାରଲିଫ୍ଟ କରାଯିବ । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସତ୍ତ୍ୱେ ସମସ୍ତଙ୍କୁ ଋଷିକେଶ ଏମ୍ସକୁ ନିଆଯିବ । ପୂରା ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ମେଡିକାଲ କ୍ୟାମ୍ପରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଥାଉକି, 17 ଦିନ ପରେ ଭୁଶୁଡ଼ିଥିବା ଟନେଲରୁ ସୁରକ୍ଷିତ ଭାବେ ଉଦ୍ଧା ହୋଇଛନ୍ତି 41 ଶ୍ରମିକ । ଡିସେମ୍ବର 12 ତାରିଖରୁ ଟନେଲ ବିତରେ ଫସି ରହିଥିଲେ ।
17 ଦିନ ଧରି ଅହରାତ୍ର ସଂଘର୍ଷ ପରେ ଗତକାଲି ସମସ୍ତ ଶ୍ରମିକ ଟନେଲରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଥିବା ସହ 17 ଦିନ ପରେ ବାହାରକୁ ବାହାରିବା ପରେ ପୁନର୍ଜୀବନ ପାଇଛନ୍ତି ଶ୍ରମିକମାନେ । ଏହି 41 ଜଣ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର 5 ଜଣ ଅଛନ୍ତି ।












Click it and Unblock the Notifications