Get Updates
Get notified of breaking news, exclusive insights, and must-see stories!

ଶ୍ରମିକଙ୍କ ମୁହଁରୁ 17 ଦିନର ଲୋମଟାଙ୍କୁରା କାହାଣୀ... '10 ଦିନ ମୁଢି ଖାଇ ବଞ୍ଚିଥିଲୁ'

ଭୁବନେଶ୍ୱର: ଉତ୍ତରକାଶୀ ଟନେଲରୁ ବାହାରିଥିଲେ ବି 17 ଦିନ ଧରି ଟନେଲ ଭିତରର ଦୃଶ୍ୟ ମନରୁ ଲିଭୁନି । ଟନେଲ ଭୁଶୁଡ଼ିବା ଦିନ ଠାରୁ ଉଦ୍ଧାର ହେବା ପର୍ଯ୍ୟନ୍ତ 17 ଦିନର କାହାଣୀ ଶୁଣିଲେ ଆପଣହ୍କର ବି ଲୋମ ଟାଙ୍କୁରି ଉଠିବ । ନା ଥିଲା ପାଣି ନା ଥିଲା ଅମ୍ଲଜାନ । ଦେହରେ ବି ପଡ଼ି ନଥିଲା ସୂର୍ଯ୍ୟ କିରଣ । ଅନ୍ଧାର ଟନେଲ ଭିତରେ 17 ଦିନ ଧରି ଫସି ରହିଥିଲେ 41 ଶ୍ରମିକ ।

ଏହା ପରେ 17 ଦିନ ଧରି ଅହରାତ୍ର ସଂଘର୍ଷ ପରେ ଗତକାଲି ସମସ୍ତ ଶ୍ରମିକ ଟନେଲରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଥିବା ସହ 17 ଦିନ ପରେ ବାହାରକୁ ବାହାରିବା ପରେ ପୁନର୍ଜୀବନ ପାଇଛନ୍ତି ଶ୍ରମିକମାନେ ।

tunnel collapse

ତେବେ ଟନେଲ ଭିତରେ ଶ୍ରମିକଙ୍କ କେମିତି ଥିଲା ସଂଘର୍ଷ । ଏତେ ଦିନ କିପରି ତା ଭିତରେ କାଟିଥିଲେ ସେ ନେଇ ଅନୁଭୂତି ବଖାଣିଛନ୍ତି ଉଦ୍ଧାର ହୋଇଥିବା ଶ୍ରମିକ । ଫସିରହିଥିବା ଶ୍ରମିକଙ୍କ ମଧ୍ୟରେ ବଖାଣିଛନ୍ତି ଓଡ଼ିଆ ଶ୍ରମିକ ଧୀରେନ ନାୟକ ।

ମୟୂରଭଞ୍ଜ ଜିଲ୍ଲା ଉଦଳାର ଧୀରେନ ପ୍ରାୟ ତିନି ବର୍ଷ ହେଲା ସେଠାରେ କାମ କରୁଥିଲେ ବି ପୂର୍ବରୁ କେବେ ଏପରି ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲେ । ଧୀରେନ କହିଛନ୍ତି, ନଭେମ୍ବର 11 ତାରିଖ ରାତି 8ଟାରେ କାମକୁ ଯାଇଥିଲୁ । କାମ ସାରି ଫେରିଲା ବେଳକୁ ବାଟ ବନ୍ଦ ହୋଇଯାଇଥିଲା । 18 ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନ ବି ପାଇ ନଥିଲୁ । ଉପସ୍ଥିତ ବୁଦ୍ଧି ଖଟାଇ ଟନେଲ ଭିତରେ ପମ୍ପ ଚଲାଇ ପାଇପ୍‌ ବାଟେ ପାଣି ଛାଡ଼ିଥିଲୁ । ଫଳରେ ବାହାରେ ଥିବା କମ୍ପାନୀ କର୍ମଚାରୀ ଆମେ ଫସି ଯାଇଥିବା ଜାଣି ପାରିଥିଲେ ।

ପ୍ରଥମେ ସେହି ପାଇପ ଦ୍ୱାରା ବାହାର ଦୁନିଆ ସହ ଯୋଗାଯୋଗ ହୋଇଥିଲା । ସେହି ପାଇପରେ ମୁଢ଼ି, କାଜୁ, କିସମିସ୍ ଓ ଚଣା ଆଦି ଆମ ନିକଟରେ ପହଞ୍ଚିଥିଲା । ପ୍ରଥମ 10 ଦିନ କେବଳ ଏ ସବୁ ଖାଇ ଦିନ କାଟିଥିଲୁ । ପରେ 6 ଇଞ୍ଚର ପାଇପ ପକାଇ ଆମ ପାଖକୁ ଭାତ, ରୁଟି ଓ ଡାଲି ପଠା ଯାଇଥିଲା । ଏଭଳି କଠିନ ପରିସ୍ଥିତିରେ କିନ୍ତୁ ଟନେଲ ଭିତରେ ପାଣି ଓ ଲାଇନ କଟି ନଥିଲା ବୋଲି କହିଛନ୍ତି ଧୀରେନ ।

ସେ ଆହୁରି କହିଛନ୍ତି, ଟନେଲ ଭିତରେ ଆମେ ବହୁ ପ୍ରତିକୂଳ ପରିସ୍ଥିତିରେ ଥିଲେ ବି ଏକାଠି ଥିବାରୁ ମନୋବଳ ଭାଙ୍ଗି ନ ଥିଲା । ଉଦ୍ଧାର ହୋଇଯିବୁ ବୋଲି ଆଶା ଥିଲା । ପ୍ରାୟ 10-12 ଦିନ ପରେ ପରିବାର ଲୋକଙ୍କ ସହ କଥା ହୋଇ ପାରିଥିଲୁ । 17 ଦିନର ଅପେକ୍ଷା ପରେ ଗତକାଲି ରାତିରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରିଥିଲା । ଆମକୁ ଉଦ୍ଧାର କରିବା ନିମନ୍ତେ ସଂଯୋଗ କରାଯାଇଥିବା ପାଇପ୍‌କୁ ଦେଖି ସମସ୍ତେ ଖୁସି ହୋଇ ଯାଇଥିଲୁ । ଟନେଲରୁ ଉଦ୍ଧାର ହେବା ପରେ ଆମକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆମେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ ।
ଏହି 41 ଜଣ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର 5 ଜଣ ଅଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+