ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିକୁ କାହିଁକି ମାନିନେଲେ ଡି.କେ ଶିବକୁମାର... ଆସଲ କାରଣ କହିଲେ ସାନ ଭାଇ ସୁରେଶ

ବାଙ୍ଗାଲୋର : ମେ 13 ରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଗତ 5 ଦିନ ଧରି ଦିଲ୍ଲୀରେ ଚାଲିଥିବା ଚର୍ଚ୍ଚା ଗତକାଲି ଶେଷ ହୋଇଛି । କଂଗ୍ରେସ ସିଦ୍ଧରମୈୟାଙ୍କ ନାମକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋହର ମରିଥିବା ବେଳେ ଡି.କେ ଶିବକୁମାରଙ୍କୁ ଡେପୁଟି ସିଏମ୍ କରିବାକୁ ନିଷ୍ପତ୍ତି ନେଇଛି ।
ଡେପୁଟି ସିଏମ୍ ହେବା ସହିତ ଡି.କେ ଶିବକୁମାରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଦିଆଯିବ । କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ପରେ ଡି.କେ ଶିବକୁମାର କହିଛନ୍ତି ଯେ କର୍ଣ୍ଣାଟକର ଲୋକଙ୍କ ସ୍ୱାର୍ଥକୁ ନେଇ ଏହି ନିଷ୍ପତ୍ତିରେ ସେ ଦଳ ସହ ଅଛନ୍ତି । କିନ୍ତୁ ତାଙ୍କ ପରିବାରର ପ୍ରଥମ ଅସନ୍ତୋଷ ମଧ୍ୟ ସାମ୍ନାକୁ ଆସିଛି ।
ଏହି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଡି.କେ ଶିବକୁମାରଙ୍କ ଭାଇ ତଥା ଦଳର ସାଂସଦ ଡି.କେ ସୁରେଶ କହିଛନ୍ତି ଯେ ମୁଁ ସମ୍ପୂର୍ଣ୍ଣ ଖୁସି ନୁହେଁ, କିନ୍ତୁ କର୍ଣ୍ଣାଟକର ସ୍ୱାର୍ଥରେ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଚାହୁଁଛୁ । ଏହି କାରଣ ପାଇଁ, ଡି.କେ ଶିବକୁମାର ଦଳର ନିଷ୍ପତ୍ତିକୁ ମାନି ନେଇଛନ୍ତି । ଭବିଷ୍ୟତରେ କ'ଣ ହେବ ତାହା ଦେଖାଯିବ, ଆମକୁ ବହୁତ ଦୂର ବାଟ ଯିବାର ଅଛି । ମୁଁ ଚାହୁଁଥିଲି ଡି.କେ ଶିବକୁମାର ସିଏମ୍ ହୁଅନ୍ତୁ କିନ୍ତୁ ତାହା ହୋଇ ନଥିଲା, ଆମେ ଅପେକ୍ଷା କରିବୁ ଏବଂ କ'ଣ ହେବ ଦେଖିବା ।
ଅନ୍ୟପକ୍ଷରେ, ଇଣ୍ଡିଆ ଟୁଡେ ସମ୍ବାଦ ଅନୁଯାୟୀ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ଡି.କେ ଶିବକୁମାର କହିଛନ୍ତି, 'ନିର୍ବାଚନ ସମୟରେ ଦଳ କର୍ଣ୍ଣାଟକବାସୀଙ୍କୁ କିଛି ପ୍ରତିଶୃତି ଦେଇଛି, ଆମକୁ ତାହା ପୂରଣ କରିବାକୁ ପଡିବ । ଆଗାମୀ ଦିନରେ ଲୋକସଭା ନିର୍ବାଚନ ମଧ୍ୟ ହେବ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ଗାନ୍ଧୀ ପରିବାର ଯାହା ନିଷ୍ପତ୍ତି ନେଇଛନ୍ତି ମୁଁ ସେଥିପାଇଁ ପ୍ରସ୍ତୁତ । ରାଜନୈତିକ ଜୀବନରେ ଅନେକ ଥର ଆମକୁ ଜନସାଧାରଣ ଏବଂ ଦଳର ସ୍ୱାର୍ଥରେ ନିଷ୍ପତ୍ତି ନେବାକୁ ପଡିବ । କୌଣସି ଦାୟିତ୍ୱ ବିନା ମଧ୍ୟ ଲୋକଙ୍କ ସ୍ୱାର୍ଥରେ ନିଷ୍ପତ୍ତି ନେବାକୁ ପଡ଼ିଥାଏ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications