କର୍ଣ୍ଣାଟକରେ ସିଏମ୍ ସସପେନ୍ସ ଶେଷ; ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ, ଡି.କେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଥିବା ଚର୍ଚ୍ଚାରେ ଯବନୀକା ପଡ଼ିଛି । 5 ଦିନ ଧରି ଦଳ ମଧ୍ୟରେ ମାନସ ମନ୍ଥନ ପରେ ସିଦ୍ଧରମୈୟାଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ପଦବୀ । ସେହିପରି ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ କରାଯାଇଛି ଉପ ମୁଖ୍ୟମନ୍ତ୍ରୀ । ଏ ନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡ଼ଗେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି ।
ଏହା ପରେ ମେ 20 ରେ ଉଭୟ ଶପଥ ଗ୍ରହଣ କରିବେ । ଏଥି ମଧ୍ୟରେ ମେ 18 ତାରିଖ (ଗୁରୁବାର) ସନ୍ଧ୍ୟା 7 ଟାରେ ରାଜଧାନୀ ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ଦଳ (ସିଏଲପି) ବୈଠକ ଡକାଯାଇଛି ।
ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ନେତା ସିଦ୍ଧରମୈୟା ଏବଂ ଡି.କେ ଶିବକୁମାରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଗତକାଲି ଦୁଇ ନେତା ଦିଲ୍ଲୀରେ ଦଳର ରାଷ୍ଟୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଏବଂ ପୂର୍ତତନ ସାଂସଦ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏକାଧିକ ପର୍ଯ୍ୟାୟ ଆଲୋଚନା କରିଥିଲେ । ପରେ ଶୀର୍ଷ ପଦବୀକୁ ନେଇ ହୋଇଥିଲା ନିଷ୍ପତ୍ତି ।












Click it and Unblock the Notifications