Get Updates
Get notified of breaking news, exclusive insights, and must-see stories!

ନୂତନ ସଂସଦ ଉଦଘାଟନ : କଣ ରହିଛି କାର୍ଯ୍ୟକ୍ରମ... ଜାଣନ୍ତୁ ସମାରୋହର ସମୟ ସୂଚୀ

new parliament house

ଆସନ୍ତାକାଲି ଅର୍ଥାତ୍ ମେ 28 (ରବିବାର) ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିବେ । ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦେଶର ରାଜନୀତି ଇତିହାସରେ ଯୋଡ଼ି ହେବାକୁ ଯାଉଥିବା ଏହି ନୂତନ ଅଧ୍ୟାୟର ବିଶେଷ ସମାରୋହ ପାଇଁ ସାତ ଘଣ୍ଟିଆ କାର୍ଯ୍ୟକ୍ରମ ଯୋଜନା କରାଯାଇଛି । ଏହି ସମାରୋହ ପୂଜାରୁ ଆରମ୍ଭ ହୋଇ ପିଏମ ମୋଦୀଙ୍କ ସମ୍ବୋଧନରେ ଶେଷ ହେବ ।

ତେବେ ଆସନ୍ତାକାଲି ହେବାକୁ ଥିବା ଏହି ବିଶେଷ ସମାରୋହର ସମ୍ପୂର୍ଣ୍ଣ ସମୟ ସାରଣୀ ଜାଣନ୍ତୁ...

  • ଏହି ସମାରୋହର ଆରମ୍ଭ ସକାଳ 7.30 ରୁ ସକାଳ 8.30 ପର୍ଯ୍ୟନ୍ତ ଏକ ପୂଜାରୁ ଆରମ୍ଭ ହେବ । ଗାନ୍ଧୀ ମୂର୍ତ୍ତି ନିକଟରେ ଏନେଇ ଏକ ମଣ୍ଡପ ପ୍ରସ୍ତୁତ କରାଯାଇଛି । ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ବହୁ ମନ୍ତ୍ରୀ ଉପସ୍ଥିତ ରହିବେ ।
  • ଏହା ପରେ ତାମିଲନାଡୁର ଏକ ଐତିହାସିକ ରାଜଦଣ୍ଡ 'ସେନଗୋଲ', ଯାହାକୁ ବ୍ରିଟିଶମାନେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ କ୍ଷମତା ହସ୍ତାନ୍ତରର ପ୍ରତିନିଧିତ୍ୱ କରିବାକୁ ଦେଇଥିଲେ, ତାହା ସକାଳ 8.30 ରୁ 9.00 ମଧ୍ୟରେ ବାଚସ୍ପତିଙ୍କ ଚେୟାର ନିକଟରେ ସ୍ଥାପନ କରାଯିବ ।
  • ସକାଳ 9-9.30 ରେ ଏକ ପ୍ରାର୍ଥନା ସଭା ହେବ । ଏହି ପ୍ରାର୍ଥନା ସଭାରେ ଶଙ୍କରାଚାର୍ଯ୍ୟଙ୍କ ସମେତ ବହୁ ମହାନ ପଣ୍ଡିତ ଏବଂ ସାଧୁ ଉପସ୍ଥିତ ରହିବେ ।
  • ସମାରୋହର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟାହ୍ନ 12 ଟାରୁ ଜାତୀୟ ସଂଗୀତ ସହିତ ଆରମ୍ଭ ହେବ । ଏହି ଅବସରରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।
  • ଏଥି ସହିତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା ଉପାଧ୍ୟକ୍ଷ ରାଜ୍ୟସଭା ଦ୍ୱାରା ପଢାଯିବ ।
  • ତା'ପରେ ରାଜ୍ୟସଭାରେ ବିରୋଧୀଦଳର ନେତାଙ୍କ ସମ୍ବୋଧନ ପାଇଁ କାର୍ଯ୍ୟକ୍ରମ ରହିଛି । (ମଲ୍ଲିକାର୍ଜୁନ ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ) ।
  • ଲୋକସଭା ବାଚସ୍ପତି ମଧ୍ୟ ଏହି ଉତ୍ସବକୁ ସମ୍ବୋଧିତ କରିବେ ।
  • ଏହି ଅବସରରେ ଏକ ମୁଦ୍ରା ଏବଂ ଷ୍ଟାମ୍ପ ମଧ୍ୟ ପ୍ରକାଶ ପାଇବ । ଶେଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ରହିବ । ଏହି କାର୍ଯ୍ୟକ୍ରମ ଅପର୍ହାନ ପ୍ରାୟ 2-2.30 ରେ ଶେଷ ହେବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+