ନୂତନ ସଂସଦର ଉଦଘାଟନ : ଏହି 7 ରାଜ୍ୟରୁ ସଂଗୃହିତ ହୋଇଛି ସାମଗ୍ରୀ, ଜାଣନ୍ତୁ କେଉଁ ରାଜ୍ୟରୁ ଆସିଛି କଣ ?

ନୂତନ ସଂସଦ ଗୃହ ଉଦଘାଟନ: ଆସନ୍ତାକାଲି ଅର୍ଥାତ୍ ମେ 28 ରେ ଦେଶର ରାଜନୀତି ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡିହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଭାବେ ନିର୍ମିତ ନୂତନ ସଂସଦ ଭବନର ଉଦଘାଟନ କରିବେ । ଏହା ସହିତ ବିଲଡିଂରେ ଐତିହାସିକ ଏବଂ ପବିତ୍ର 'ସେନଗୋଲ' ମଧ୍ୟ ସ୍ଥାପନ କରାଯିବ । 64,500 ବର୍ଗ ମିଟର ପରିସରରେ ବିସ୍ତୃତ ଏହି ତ୍ରିକୋଣୀୟ ଆକାରରେ ନିର୍ମିତ ନୂତନ ସଂସଦ ଭବନ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ 1200 କୋଟି ଟଙ୍କା ।
1280 ସାଂସଦ ଏକ ସମୟରେ ଏହି ସଂସଦ ଗୃହରେ ବସିପାରିବେ । ଏହାର ନିର୍ମାଣ ଏବଂ ସାଜସଜ୍ଜାରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସାମଗ୍ରୀ ବ୍ୟବହାର କରାଯାଇଛି । ଏହା ସହିତ ନୂତମ ସଂସଦ ଭବନରେ ରହିଛି ଅନେକ ଅତ୍ୟାଧୁନିକ ବ୍ୟବସ୍ଥା । ଏହି ସଂସଦ ଭବନ ନିର୍ମାଣ ଓ ସାଜସଜ୍ଜାରେ 7 ରାଜ୍ୟରୁ ଭିନ୍ନ ଭିନ୍ନ ସାମଗ୍ରୀ ବ୍ୟବହାର କରାଯାଇଛି । ମହାରାଷ୍ଟ୍ରର ନାଗପୁରରୁ ଶାଗୁଆନ କାଠ, ଉତ୍ତରପ୍ରଦେଶର ମିର୍ଜାପୁରରୁ କାର୍ପେଟ, ତ୍ରିପୁରାରୁ ବାଉଁଶ ଚଟାଣ ଏବଂ ରାଜସ୍ଥାନର ପଥର ଖୋଦେଇ କାରୁକାର୍ଯ୍ୟ ବ୍ୟବହାର ହୋଇଛି । ତେବେ ଆସ୍ତନ୍ତୁ ଜାଣିବା ସଂସଦ ଗୃହରେ କେଉଁଠାରୁ କେଉଁ ଜିନିଷ ଆସି ବ୍ୟବହାର କରାଯାଇଛି...
- ରାଜସ୍ଥାନର ସରାମଥୁରାରୁ ଲାଲ ଏବଂ ଧଳା ବାଲୁକା ପଥର ଅଣାଯାଇଥିଲା । ଉଦୟପୁରରୁ ସାଫ୍ରନ୍ ସବୁଜ ପଥର, ଅଜମେର ନିକଟ ଲାଖାରୁ ନାଲି ଗ୍ରାନାଇଟ୍ ଏବଂ ଅମ୍ବାଜୀ ରାଜସ୍ଥାନରୁ ଧଳା ମାର୍ବଲ ଅଣାଯାଇ ବ୍ୟବହାର କରାଯାଇଛି । ଏହି ପଥର ଖୋଦେଇ କାରୁକାର୍ଯ୍ୟ ଆବୁ ରୋଡ ଏବଂ ଉଦୟପୁରର ଶିଳ୍ପୀମାନେ କରିଛନ୍ତି ।
- ମହାରାଷ୍ଟ୍ରର ନାଗପୁରରୁ ଶାଗୁଆନ କାଠ ଅଣାଯାଇଥିଲା । ଏହାର ବ୍ୟବହାର ସଂସଦର ବିଭିନ୍ନ ସ୍ଥାନରେ ବ୍ୟବହାର କରାଯାଇଛି । ଚେୟାର, ଫର୍ନିଚର ଆଦି ମୁମ୍ବାଇରେ ପ୍ରସ୍ତୁତ କରାଯାଇଥିଲା ।
- ଦାମନ ଏବଂ ଡିଉରୁ ଲୋକସଭା ଓ ରାଜ୍ୟସଭା ଚାମ୍ବରର ଫଲ୍ସ ସିଲିଂ ପାଇଁ ବ୍ୟବହୃତ ସାମଗ୍ରୀ ଆସିଛି ।
- ମଧ୍ୟପ୍ରଦେଶର ଇନ୍ଦୋରରୁ ସଂସଦ ଭବନର ବାହାରେ ଲାଗିଥିବା ଅଶୋକ ଚକ୍ର କିଣାଯାଇଛି । ସେହିପରି ଅଶୋକ ଚକ୍ରରେ ବ୍ୟବହୃତ ସାମଗ୍ରୀ ମହାରାଷ୍ଟ୍ର ଔରଙ୍ଗାବାଦ ଏବଂ ରାଜସ୍ଥାନର ଜୟପୁରରୁ ଅଣାଯାଇଥିଲା ।
- ନୂତନ ସଂସଦ ଗୃହ ନିର୍ମାଣ ପାଇଁ ହରିୟାଣା ଏବଂ ଉତ୍ତରପ୍ରଦେଶରୁ ଫ୍ଲାଏ ପାଉଁଶ ଇଟା ଅଣାଯାଇଥିଲା ।
- ଉତ୍ତରପ୍ରଦେଶର ମିର୍ଜାପୁରରୁ କାର୍ପେଟ ମଧ୍ୟ ଅଣାଯାଇଛି ।
- ବିଲଡିଂରେ ଦେଖାଯାଉଥିବା ପିତ୍ତଳ କାମ ଗୁଜୁରାଟର ଅହମ୍ମଦାବାଦରୁ ଆସିଛି ।
- ତ୍ରିପୁରାର ଅଗରତାଲା ଠାରୁ ବାଉଁଶ ଚଟାଣ ଅଣାଯାଇଥିଲା ।












Click it and Unblock the Notifications