1948 ପର୍ଯ୍ୟନ୍ତ ଭାରତରେ ଜୀବିତ ଥିଲେ ଚିତା, କୋରିଆର ମହାରାଜା କରିଥିଲେ ଶେଷ ଶିକାର
ଭାରତର ଶେଷ ଚିତା 1948 ପର୍ଯ୍ୟନ୍ତ ଜୀବନ୍ତ ଥିଲା । ସେହି ବର୍ଷ କୋରିଆ ରାଜ୍ୟ ଛତିଶଗଡର ରାଜା ରାମାନୁଜ ପ୍ରତାପ ସିଂହଦେବ ବୈକୁଣ୍ଠପୁର ସଂଲଗ୍ନ ଜଙ୍ଗଲରେ ତିନୋଟି ଚିତା ଶିକାର କରିଥିଲେ ।
ନୂଆଦିଲ୍ଲୀ : ପ୍ରାୟ 70 ବର୍ଷ ପୂର୍ବେ ଭାରତରେ ବିଲୁପ୍ତ ହୋଇଥିବା ଚିତାର ଗର୍ଜନ ପୁଣି ଥରେ ଶୁଣିବାକୁ ମିଳିବ । ପାଞ୍ଚ ଜଣ ସ୍ତ୍ରୀ ଏବଂ ତିନି ପୁରୁଷ ଚିତା ସମେତ ମୋଟ ଆଠଟି ଆଫ୍ରିକୀୟ ଚିତାକୁ ନେଇ ଏକ ସ୍ୱତନ୍ତ୍ର ଚାର୍ଟର କାର୍ଗୋ ବିମାନ ଆଜି ନାମିବ୍ୟାରୁ ଭାରତରେ ପହଞ୍ଚିଛି । ବର୍ତ୍ତମାନ ଏହି ଚିତାଗୁଡ଼ିକୁ କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯାଇଛି । ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଭାରତରେ ଶେଷ ଚିତାର କିପରି ମୃତ୍ୟୁ ହୋଇଥିସା ? ତେବେ ଆସନ୍ତୁ ଜାଣିବା ଏହି ଖବର ସହିତ ଜଡିତ ଇତିହାସ ....

ଶେଷ ଶିକାର କରିଥିଲେ କୋରିଆ ରାଜା
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ଶେଷ ଚିତା 1948 ପର୍ଯ୍ୟନ୍ତ ଜୀବନ୍ତ ଥିଲା । ସେହି ବର୍ଷ କୋରିଆ ରାଜ୍ୟ ଛତିଶଗଡର ରାଜା ରାମାନୁଜ ପ୍ରତାପ ସିଂହଦେବ ବୈକୁଣ୍ଠପୁର ସଂଲଗ୍ନ ଜଙ୍ଗଲରେ ତିନୋଟି ଚିତା ଶିକାର କରିଥିଲେ । କୁହାଯାଏ ଯେ ସେହି ସମୟରେ କିଛି ବଣୁଆ ଜନ୍ତୁ ଗ୍ରାମବାସୀଙ୍କୁ ଆକ୍ରମଣ କରୁଥିଲେ । ଏହି କାରଣରୁ ରାଜା ରାତିରେ ଶିକାର କରିବାକୁ ବାହାରିଲେ । ସେ ଜଙ୍ଗଲରେ ପହଞ୍ଚିବା ପରେ ଗଛ ତଳେ ଚମକୁଥିବା ଆଖି ଥିବା ଏକ ପଶୁକୁ ଦେଖିଲେ । ଏହା ଉପରେ ସେ ସଙ୍ଗେ ସଙ୍ଗେ ଫାୟାରିଂ କରିଥିଲେ, ଯେଉଁଥିରେ ତିନୋଟି ଚିତାଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ଦେଶରେ ଚିତା ବିଲୁପ୍ତ ହୋଇଯାଇଥିଲା, ଏହା ପରେ ସରକାର 1952 ମସିହାରେ ଘୋଷଣା କରିଥିଲେ ଯେ ଦେଶରେ ଆଉ ଚିତା ନାହାଁନ୍ତି । ଏଭଳି ପରିସ୍ଥିତିରେ, ବର୍ତ୍ତମାନ 2022 ମସିହାରେ ନାମିବ୍ୟାରୁ ଚିତାକୁ ଭାରତ ଅଣାଯାଇଛି ।
ସବୁଠାରୁ ଦ୍ରୁତ ପଶୁ ଚିତା
ଚିତା ନିଜର ଦ୍ରୁତଗତି ପାଇଁ ବେଶ୍ ଜଣାଶୁଣା । ଦୁନିଆର ପଶୁମାନଙ୍କ ମଧ୍ୟରେ ସବୁଠାରୁ ଦ୍ରୁତ ଗତି କରେ ଚିତା । ଚିତା 3 ସେକେଣ୍ଡରେ ଶୂନରୁ 100 କିଲୋମିଟର ପ୍ରତି ଘଣ୍ଟା ବେଗ ଧରିପାରେ । କିନ୍ତୁ ଏହାର ଗତି କେବଳ 30 ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ । ଚିତା ର ବୈଜ୍ଞାନିକ ନାମ ହେଉଛି Acinonyx jubatus ।
କୁହାଯାଏ ପାଳନ ହେତୁ ଚିତାମାନଙ୍କର ପ୍ରଜନନ ହାର ହ୍ରାସ ପାଇଛି । ଏହାର କାରଣ ହେଉଛି, ମହିଳା ଚିତା ଏକାନ୍ତକୁ ପସନ୍ଦ କରେ । ବିଶେଷଜ୍ଞଙ୍କ ଅନୁଯାୟୀ, ମହିଳା ଚିତାମାନେ ବଂଚିବା ପରେ ମିଳନ ପାଇଁ ପ୍ରସ୍ତୁତ, କିନ୍ତୁ ଏ ନେଇ କୌଣସି ସଙ୍କେତ ଦିଅନ୍ତି ନାହିଁ । ଏହି କାରଣରୁ ସେମାନେ ଜଙ୍ଗଲର ପରିବେଶ ଏବଂ ଏକାନ୍ତକୁ ପସନ୍ଦ କରନ୍ତି ।
ବୈଜ୍ଞାନିକଙ୍କ ଅନୁଯାୟୀ, ପ୍ରାୟ 2.6 କୋଟି ବର୍ଷ ପୂର୍ବେ ବରଫ ଯୁଗରେ ଦକ୍ଷିଣ ଆଫ୍ରିକାର ମିଓସିନ୍ ଯୁଗରେ ପ୍ରଥମେ ଚିତା ଦେଖାଯାଇଥିଲା । ଏହା ପରେ ଆଫ୍ରିକୀୟ ମହାଦେଶରୁ ଏସିଆ ମହାଦେଶକୁ ସେମାନଙ୍କର ସ୍ଥାନାନ୍ତରଣ ଆରମ୍ଭ ହୋଇଥିଲା । ପ୍ରାୟ 11 ନିୟୁତ ବର୍ଷ ପୂର୍ବେ ଏସିଆର ପ୍ଲୋଏସେନ୍ ଯୁଗରେ ସେମାନେ ଦେଖା ଦେଇଥିବା ବିଶ୍ୱାସ କରାଯାଏ । ବୈଜ୍ଞାନିକଙ୍କ ଅନୁଯାୟୀ ବିଲେଇ, ଚିତା, ଚିତାବାଘ ଏବଂ ବାଘ ସମାନ ପ୍ରଜାତିର ପ୍ରାଣୀ ଅଟନ୍ତି । କିନ୍ତୁ ଚିତା ଠାରେ ସମୟ ସମୟରେ ପରିବର୍ତ୍ତନ ଦେଖାଦିଏ । ଏଥି ସହିତ ଜଳବାୟୁ ପରିବର୍ତ୍ତନ ହେତୁ ସେମାନେ ସମୟ ସମୟରେ ମଧ୍ୟ ନିଜର ସ୍ଥାନ ପରିବର୍ତ୍ତନ କରିଥା'ନ୍ତି ।












Click it and Unblock the Notifications