ଇଡି ଅଫିସର ଉପରେ ଲାଗିଥିବା ଏଫଆଇଆର ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ED । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଚାଲିଛି ଶୁଣାଣି । ସୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି । ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଏବଂଜଷ୍ଟିସ୍ ବିପୁଲ ଏମ୍. ପାଞ୍ଚୋଲି ବେଞ୍ଚରେ ରହିଛନ୍ତି । କୋର୍ଟ ଇଡି ଅଫିସରଙ୍କ ଉପରେ ଦାୟର ହୋଇଥିବା ଏଫଆଇଆର ଉପରେ ଆଗାମୀ ଶୁଣାଣି ଉପରେ ରୋକ୍ ଲଗାଇ ନୋଟିସ ଜାରି କରିଛନ୍ତି । ଅଦାଲତା ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି । ଏହାସହିତ କୋର୍ଟ କହିଛନ୍ତି, ଏଜେନ୍ସୀର ଯାଞ୍ଚ ସମୟରେ ଅନ୍ୟ କେହି ଦଖଲ କରିପାରିବେ ନାହିଁ ।

ED ଅଭିଯୋଗ କରିଛି ଯେ ଏହି ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମିଶି ତଦନ୍ତରେ ବାଧା ସୃଷ୍ଟି କରିଥିଲେ । ପ୍ରମାଣ ଚୋରି କରିବାରେ ସହାୟତା କରିଥିଲେ । ଏହାର ନୂଆ ଆବେଦନରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଏବଂ ଭାରତ ସରକାରଙ୍କ କାର୍ମିକ ଏବଂ ତାଲିମ ବିଭାଗ (DOPT) କୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି ED ।
କୋଲକାତାରେ ଥିବା ଆଇ-ପ୍ୟାକ୍ ଅଫିସରେ ଯାଞ୍ଚ ବେଳେ ମମତା ବାନାର୍ଜୀ ଏଥିରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛି ଇଡି । ସରକାରୀ କାର୍ଯ୍ୟରେ ବାଧା ଦିଆଯାଇଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । I-PAC ହେଉଛି ଏକ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଥିବା ସଂସ୍ଥା, ଯାହା TMC ର ନିର୍ବାଚନ ରଣନୀତି ଉପରେ କାମ କରିଥାଏ । ଏହି ସଂସ୍ଥାର ଅଫିସରେ କୌଣସି ଆର୍ଥିକ ହେରଫେର ସନ୍ଦେହରେ ଚଢ଼ାଉ କରିବାକୁ ଯାଇଥିଲା ED ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications